‘ସମୁଦ୍ର ମନ୍ଥନ’ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ: ମଞ୍ଜୁର ହେଲା ୮୪,୦୮୪ କୋଟି

21

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ‘ସମୁଦ୍ର ମନ୍ଥନ’-ଜାତୀୟ ଅପତଟ ଅନ୍ୱେଷଣ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛି। ଏହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ୮୪,୦୮୪ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର କରାଯାଇଛି। ୨୦୨୫ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆଧୁନିକ ସମୁଦ୍ର ମନ୍ଥନ’ ରୂପେ ଏହି ଯୋଜନାର ଘୋଷଣା କରିଥିଲେ। ତାଙ୍କର ଦୃଷ୍ଟିକୋଣକୁ ସାକାର କରିବା ଲାଗି ସମୁଦ୍ର ମନ୍ଥନ ଯୋଜନା ଭାରତର ବିଶାଳ ଅପତଟ ବା ଅଫଶୋର କ୍ଷେତ୍ରରେ ରହିଥିବା ଊର୍ଜ୍ଜା କ୍ଷମତାକୁ ଉଜାଗର କରିବାରେ ସହାୟକ ହେବ। ଏହା ଭାରତର ଊର୍ଜ୍ଜା ସୁରକ୍ଷାକୁ ମଜବତୁ କରିବା ସହିତ ଘରୋଇ ସ୍ତରରେ ଅନ୍ୱେଷଣ ଏବଂ ଉତ୍ପାଦନକୁ ତ୍ୱରାନ୍ୱିତ କରିବ। ବୈଷୟିକ ନେତୃତ୍ୱକୁ ପ୍ରୋତ୍ସାହନ ଦେବା ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Comments are closed, but trackbacks and pingbacks are open.