ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

227

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ସଂଶୋଧିତ ଆଞ୍ଚଳିକ ସଂଯୋଗୀକରଣ ଯୋଜନା – ଉଡ଼ାନର ଶୁଭାରମ୍ଭ ଏବଂ କାର୍ଯ୍ୟକାରିତା ପ୍ରସ୍ତାବକୁ ଅନୁମୋଦନ କରିଛି। ୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୫-୩୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦଶ ବର୍ଷ ପାଇଁ ଏହି ଯୋଜନାରେ ଭାରତ ସରକାରଙ୍କ ବଜେଟ୍ ସହାୟତାରୁ ୨୮,୮୪୦ କୋଟି ଟଙ୍କା ବ୍ୟୟ କରାଯିବ। ସଂଶୋଧିତ ଉଡ଼ାନ ଯୋଜନା ଅଧୀନରେ, ଆଗାମୀ ଆଠ ବର୍ଷ ମଧ୍ୟରେ ମୋଟ ୧୨,୧୫୯ କୋଟି ଟଙ୍କା ଖର୍ଚ୍ଚ ସହିତ, ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ଅବ୍ୟବହୃତ ଏୟାରଷ୍ଟ୍ରିପଗୁଡ଼ିକରୁ ୧୦୦ଟି ବିମାନବନ୍ଦର ବିକଶିତ କରିବାର ପ୍ରସ୍ତାବ ରହିଛି। ଏହାଦ୍ୱାରା ଭିତ୍ତିଭୂମି ବିସ୍ତାର ଏବଂ ଭାରତକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିମାନ ଚଳାଚଳ ଇକୋସିଷ୍ଟମରେ ପରିଣତ କରାଯାଇପାରିବ।

Comments are closed, but trackbacks and pingbacks are open.