୭ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ସବୁ ଜିଲ୍ଲାରେ ସରକାର ଖୋଲିବେ ‘ମଡେଲ୍ ମଣ୍ଡି’

351

ଭୁବନେଶ୍ୱର: ସବୁ ଜିଲ୍ଲାରେ ରାଜ୍ୟ ସରକାର ଖୋଲିବେ ‘ମଡେଲ୍ ମଣ୍ଡି’। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୨ବର୍ଷ ଭିତରେ ୩୮ ମଡେଲ୍ ମଣ୍ଡି ଖୋଲାଯିବ। ଏ ବାବଦକୁ ରାଜକୋଷରୁ ବ୍ୟୟହେବ ୩୦୦ କୋଟି। ଏଥିପାଇଁ ଧାନ କ୍ରୟ କାର୍ଯ୍ୟକ୍ରମ ସୁଗମ ହେବ। ମଧ୍ୟସ୍ଥିଙ୍କ ଦୌରାତ୍ମ୍ୟ ରହିବ ନାହିଁ। ଚାଷୀମାନେ ଗୋଟିଏ ଛାତ ତଳେ ସମସ୍ତ ଅତ୍ୟାଧୁନିକ ସେବା ପାଇପାରିବେ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟ୍‌ର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ବୈଠକରେ ମୋଟ୍ ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗର ୧, ଅର୍ଥ ବିଭାଗର ୧, ଗୃହ ଓ ନଗର ଉନ୍ନୟନ ବିଭାଗର ୨, ବାଣିଜ୍ୟ ଓ ପରିବହନ ବିଭାଗର ୧, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ପ୍ରସ୍ତାବ ଅନ୍ତର୍ଭୁକ୍ତ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସରକାର ‘ମଡେଲ୍ ମଣ୍ଡି’ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଚାଷୀଙ୍କୁ ନିଜ ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଯୋଗାଇ ଦେବେ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡି ବିକଶିତ କରାଯିବ। ଏଥିରେ ୧୪ଟି ବୃହତ୍ତ୍‌, ୧୭ ମଧ୍ୟମ ଓ ୭ କ୍ଷୁଦ୍ର ମଣ୍ଡି ସାମିଲ ଅଛି। ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ। ଏହି ନିର୍ମାଣ କାର୍ଯ୍ୟର ତଦାରଖ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସମା ବୋର୍ଡ) ଏକ ସେଲ୍ ଗଠନ କରି କରିବ। ୨୦୨୫-୨୬ ଓ ୨୦୨୬-୨୭ ଆର୍ôଥକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ୩୮ ମଡେଲ୍ ମଣ୍ଡି ସ୍ଥାପନ ପାଇଁ ସମବାୟ ବିଭାଗ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରିଛି। ଆର୍‌ଏମ୍‌ସିଗୁଡ଼ିକର ନିଜସ୍ୱ ଅର୍ଥରୁ ୧୫୦କୋଟି ଓ ବାକି ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେବେ। ଚଳିତବର୍ଷ ବଜେଟ୍‌ରେ ୫୦ କୋଟି ଟଙ୍କା ସରକାର ବ୍ୟବସ୍ଥା ହୋଇଛି।
ଶ୍ରୀ ଆହୁଜା କହିଛନ୍ତି, ୧୧୦ ସହରାଞ୍ଚଳରେ ଆଲୋକୀକରଣ ପାଇଁ ସରକାର ଏଲ୍‌ଇଡି ଲାଇଟ୍ ଲଗାଇବାକୁ ପଦକ୍ଷେପ ନେଇଛନ୍ତି। ନୂଆ ଲାଇଟ୍ ଲାଗିବା ସହ ପୁରୁଣା ଲାଇଟ୍ ବି ମରାମତି କରାଯିବ। ପ୍ରକଳ୍ପ ପାଇଁ ଓଡ଼ିଶା ନଗର ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଓୟୁଆଇଡିଏଫ୍‌)ରୁ ୨୦୦ କୋଟି ଟଙ୍କା ବ୍ୟୟ ପାଇଁ ଅନୁମୋଦନ ମିଳିଛି। ଏମିତି ମୋଟ ୩୫୦.୦୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାର କାର୍ଯ୍ୟ ପାଇଁ ୬ଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି।
ଏହା ସହିତ ରାଜ୍ୟ ସରକାର ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବେ। ‘ଓଡ଼ିଶା ନର୍ସିଂ ଏଡୁକେସନ୍ ସର୍ଭିସ୍ (ମେଥଡ୍ ଅଫ୍ ରିକ୍ରୁଟ୍‌ମେଣ୍ଟ୍ ଆଣ୍ଡ୍ କଣ୍ଡିସନସ୍ ଅଫ୍ ସର୍ଭିସ୍‌) ରୁଲ୍ସ, ୨୦୨୫’ ଅନୁମୋଦିତ ହୋଇଛି। ଏହା ର୍ନସିଂ ଶିକ୍ଷାକୁ ମଜବୁତ୍ କରିବା ପାଇଁ ଟ୍ୟୁଟର୍ ନିଯୁକ୍ତି ଓ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଦୋନ୍ନତି ପାଇଁ ସ୍ପଷ୍ଟ ନିୟମ ପ୍ରଦାନ କରିବ। ଏହି ସଂଶୋଧିତ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଏନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟରେ ଏବେ ୮ଟି ସରକାରୀ ନର୍ସିଂ କଲେଜ ପରିଚାଳିତ ହେଉଛି। ୨୧ଟି ଏଏନ୍‌ଏମ୍ ସେଣ୍ଟର ରହିଛି। ସରକାର ଆହୁରି ୭ଟି ନୂଆ ନର୍ସିଂ କଲେଜ ଖୋଲିବେ।
ଅନ୍ୟପକ୍ଷରେ ଓଡ଼ିଶା ଅମଲା ସେବା ନିୟମାବଳୀ-୨୦୨୫ ବା ‘ଓଡ଼ିଶା ମିନିଷ୍ଟ୍ରରିଆଲ୍ ସର୍ଭିସେସ୍ (କମର୍ସିଆଲ୍ ଟ୍ୟାକ୍ସେସ୍ ଆଣ୍ଡ୍ ଜିଏସ୍‌ଟି ରେଞ୍ଜ ଆଣ୍ଡ୍ ସବ୍‌-ଅର୍ଡିନେଟ୍ ଅଫିସେସ୍‌) ରୁଲ୍ସ, ୨୦୨୫’ର ସଂଶୋଧିତ ପ୍ରସ୍ତାବରେ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି କ୍ୟାଡର୍‌ରେ ଜୁନିଅର ଆସିଷ୍ଟାଣ୍ଟଙ୍କଠାରୁ ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ପଦବୀ ରହିବ। ୮୦% ଜୁନିଅର ଆସିଷ୍ଟାଣ୍ଟ ପଦବୀ ସିଧାସଳଖ ନିଯୁକ୍ତି ଦ୍ୱାରା ଓ ୨୦% ଗ୍ରୁପ୍‌-ଡି କର୍ମଚାରୀଙ୍କଠାରୁ ପଦୋନ୍ନତି ମାଧ୍ୟମରେ ପୂରଣ ହେବ। ଏହା କମର୍ସିଆଲ୍ ଟ୍ୟାକ୍ସ ଓ ଜିଏସ୍‌ଟି ସଂଗଠନରେ ଜିଲ୍ଲା ମିନିଷ୍ଟେରିଆଲ୍ କ୍ୟାଡର୍ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ନିୟମ ପ୍ରଣୟନ କରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।
ସମ୍ବଲପୁର ମହାନଗର ନିଗମ ସହ ହୀରାକୁଦ ଓ ବୁର୍ଲା ସହରବାସୀଙ୍କ ପାଇଁ ଖୁସି ଖବର। ଏଣିକି ୨୪ ଘଣ୍ଟିଆ ପାନୀୟଜଳ ଯୋଗାଇ ଦିଆଯିବ। ହୀରାକୁଦ ଡ୍ୟାମ୍‌ରୁ ପାଣି ଅଣାଯିବ। ଏଥିପାଇଁ ୩୮୨.୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ସେ କହିଛନ୍ତି, ଉକ୍ତ ପାନୀୟଜଳ ପ୍ରକଳ୍ପ ଏମ୍‌ଏସ୍ ଇଗଲ୍ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହେବ। ଏଥିରେ ୧୧୦ ଏମ୍‌ଏଲ୍‌ଡି କ୍ଷମତାର ଏକ ଜଳ ଗ୍ରହଣ କୂଅ ଏବଂ ୬୫ ଏମ୍‌ଏଲ୍‌ଡି ଓ ୩୫ ଏମ୍‌ଏଲ୍‌ଡି କ୍ଷମତାର ଦୁଇଟି ଜଳ ଶୁଦ୍ଧିକରଣ କେନ୍ଦ୍ର ନିର୍ମାଣ ହେବ। ଏହି ପ୍ରକଳ୍ପ ୧ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୭ ସୁଦ୍ଧା ଶେଷହେବ। ଏହା ଦ୍ୱାରା ତିନି ସହର ଲୋକେ ଆଉ ପାନୀୟଜଳ ସମସ୍ୟାର ସମ୍ମୁଖୀନ ଦେବେ ନାହିଁ।
ଭୁବନେଶ୍ୱର ବିମାନବନ୍ଦର ପୂର୍ବ ଭାରତର ପ୍ରଥମ ବଡ଼ ଏମ୍‌ଆର୍‌ଓ କେନ୍ଦ୍ର ହେବ। ଏହି ‘ଏମ୍‌ଆର୍‌ଓ’ ସ୍ଥାପନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ସେ କହିଛନ୍ତି, ବିଶ୍ୱ ଏମ୍‌ଆର୍‌ଓ ବଜାର ୨୦୩୧ ସୁଦ୍ଧା ୧୧୭ ବିଲିୟନ୍ ଡଲାର୍‌ରେ ପହଞ୍ଚିବ। ଭାରତର ଏମ୍‌ଆର୍‌ଓ ଶିଳ୍ପ ସେହି ସମୟ ସୁଦ୍ଧା ୪ ବିଲିୟନ ଡଲାରରେ ପହଞ୍ଚିବ। ଫଳରେ ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଆଞ୍ଚଳିକ ହବ୍‌ରେ ପରିଣତ ହେବ। ବିମାନବନ୍ଦରରେ ଏକ ଆଧୁନିକ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ୍ ଓଭର୍‌ହଲ୍ (ଏମ୍‌ଆର୍‌ଓ) କେନ୍ଦ୍ର ସ୍ଥାପନ ହବ। ପ୍ରକଳ୍ପ ସରକାରଙ୍କ ବି-ମାନ (ବିଲ୍‌ଡିଂ ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ ଅଫ୍ ଏଭିଏସନ୍ ଆସେଟସ୍ ଆଣ୍ଡ୍ ନେଟ୍‌ୱାର୍କ) ଯୋଜନାର ଅଂଶ। ଘରୋଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପଲିସି ରେଜୋଲ୍ୟୁସନ୍ (ଆଇପିଆର୍‌) ୨୦୨୨ ଅନୁସାରେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅଫର୍ କରାଯାଇଛି। ଏହି ପ୍ରକଳ୍ପରେ ଭାରତର ସବୁଠାରୁ ପୁରୁଣା ଓ ବଡ଼ ତୃତୀୟ-ପକ୍ଷ ଏମ୍‌ଆର୍‌ଓ ପ୍ରଦାନକାରୀ ମେସର୍ସ ଏୟାର୍ ୱାକର୍ସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ୍ ଲିମିଟେଡ୍‌କୁ ମୁଖ୍ୟ ନିବେଶକ ଭାବେ ଚୟନ କରାଯାଇଛି।
ପୂର୍ବରୁ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ। ଏବେ ସଂଗ୍ରହାଳୟ ପାଇଁ ନିଯୁକ୍ତି ସହ କ୍ୟାଡ୍‌ର ଗଠନ ହେବ। ଏଥିରେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ। ସାଧାରଣ ପ୍ରଶାସନ, ଅର୍ଥ ଓ ଆଇନ ବିଭାଗ ଏନେଇ ଅନୁମୋଦନ ଦେଇସାରିଛନ୍ତି। ଲୋକସେବା ଆୟୋଗଙ୍କ ସ୍ୱୀକୃତି ବି ମିଳିଛି।
ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ସେ କହିଛନ୍ତି, ‘ଓଡ଼ିଶା ମ୍ୟୁଜିୟମ୍ କ୍ୟୁରେଟୋରିଆଲ୍ ସର୍ଭିସେସ୍ ରୁଲ୍‌’ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହା ରାଜ୍ୟର ସଂଗ୍ରହାଳୟଗୁଡ଼ିକରେ ସୁପରିଚାଳନା ଆଣିବ। ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୭ ସଂଗ୍ରହାଳୟ ରହିଛି। ଆଗାମୀ ଦିନରେ ଏହି ସଂଗ୍ରହାଳୟ ସଂଖ୍ୟା ୩୯କୁ ବୃଦ୍ଧି ପାଇବାର ପ୍ରସ୍ତାବ ରହିଛି। ସରକାର ଲକ୍ଷ୍ୟ ପର୍ଯ୍ୟାୟକ୍ରମେ ତାହା ପ୍ରତିଷ୍ଠା କରିବେ। କେବଳ ସଂଗ୍ରହାଳୟ ସଂଖ୍ୟା ବୃଦ୍ଧି କରୁନାହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦେବା ସହ ଅଧିକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ବି ନେଇଛନ୍ତି। ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ କ୍ୟାଡର୍ ଗଠନ ହେବ। ଏଥିରେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

13 Comments
  1. how to order androxal uk over the counter

    cheap androxal without prescription overnight delivery

  2. order enclomiphene singapore where to buy

    cheap enclomiphene usa buying

  3. rifaximin price in canada

    cheapest buy rifaximin generic order

  4. purchase xifaxan cheap now

    usa pfizer brand name xifaxan from pfizer

  5. buy staxyn price australia

    staxyn for women and men who wants to get pregnant

  6. No prescripton avodart

    buy avodart cheap canada

  7. buy cheap dutasteride us pharmacies

    purchase dutasteride safely online

  8. discount flexeril cyclobenzaprine cheap with fast shipping

    how to buy flexeril cyclobenzaprine no rx needed

  9. gabapentin prescription drug plans

    ordering gabapentin no prescription overnight delivery

  10. online objednávka kamagra

    jak získat předpis pro kamagra

  11. sans ordonnance kamagra gracieux ordonnance

    acheter kamagra sans prescrire france

  12. only fildena free consult

    purchase fildena usa buy online

  13. cheapest buy itraconazole real price

    itraconazole price canada

Comments are closed, but trackbacks and pingbacks are open.