ଝିଅ ମାନଙ୍କର ବିବାହ ବୟସ କୁ ନେଇ କ୍ୟାବିନେଟ୍ ର ମଞ୍ଜୁରୀ : ସବୁ ଧର୍ମ ପାଇଁ ସମାନ ଭାବରେ ଲାଗୁ ହେବ

15

ବୁଧବାର କେନ୍ଦ୍ର କ୍ୟାବିନେଟ୍ ଦେଶର କେତେକ ଗୁରୁତ୍ତ୍ୱପୂର୍ଣ୍ଣ ବିଲ କୁ ଅନୁମୋଦନ କରିଛି । ଏହି ପ୍ରମୁଖ ଗୁରୁତ୍ତ୍ଵ ପୂର୍ଣ୍ଣ ବିଲ ମଧ୍ୟରେ ଝିଅ ମାନଙ୍କ ର ବିବାହ ବୟସ ସୀମାରେଖା ନିର୍ଦ୍ଧାରଣ ବିଲ ଅନ୍ୟତମ I ଏହି ବିଲ ଅନୁମୋଦନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ସଂସ୍କାର ବିଲ I ଏହାପୂର୍ବରୁ, ୩୦ ଦିନ ମଧ୍ୟରେ NRI ବିବାହ ପଞ୍ଜିକରଣ ପାଇଁ କ୍ୟାବିନେଟ୍ ଏକ ବଡ ପଦକ୍ଷେପ ନେଇଥିଲା I ଦେଶରେ ୧୮ ରୁ ୨୧ ବର୍ଷ ମଧ୍ୟରେ ବିବାହ କରୁଥିବା ଝିଅ ମାନଙ୍କ ସଂଖ୍ୟା ପ୍ରାୟ ୧୬ କୋଟି ରହିଛି
ସୂଚନାନୁସାରେ, ବିବାହ ଯୋଗ୍ୟ ପ୍ରାର୍ଥୀ ,ପ୍ରାର୍ଥୀନୀ ଙ୍କ ସର୍ବନିମ୍ନ ବିବାହ ବୟସକୁ ୨୧ ବର୍ଷ କରିବା ପାଇଁ କ୍ୟାବିନେଟ୍ ଏହି ବିଲ୍ ଅନୁମୋଦନ କରିଛି। ଯଦି ଏହି ନିୟମ ଲାଗୁ ହୁଏ, ତେବେ ସମସ୍ତ ଧର୍ମ ଏବଂ ଶ୍ରେଣୀର ଝିଅ ମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ବଦଳିଯିବ I
କହି ରଖୁଛୁ କି ଝିଅ ମାନଙ୍କର ସର୍ବନିମ୍ନ ବୟସ ସୀମା ନିର୍ଦ୍ଧାରଣ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା I ଯାହା ଗତ ବର୍ଷ ଡିସେମ୍ବରରେ NITI ଆୟୋଗକୁ ଏହାର ରିପୋର୍ଟ ପ୍ରଦାନ କରିଥିଲା ​​I ଝିଅ ମାନଙ୍କ ସର୍ବନିମ୍ନ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଏହି ଟାସ୍କଫୋର୍ସ ଏକ ସମ୍ପୂର୍ଣ୍ଣ ରୋଲ ଆଉଟ୍ ଯୋଜନା ଦାଖଲ କରାଯାଇଥିଲା ​​I ଯେଉଁଥିରେ ଦେଶର ସମସ୍ତ ବିଭାଗରେ ସମାନ ଭାବରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଦୃଢ ସୁପାରିଶ କରାଯାଇଥିଲା ଇ
ଏହି ୧୦ ଜଣିଆ ଟାସ୍କଫୋର୍ସ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ପଣ୍ଡିତ, ଆଇନ ବିଶେଷଜ୍ଞ, ନାଗରିକ ସମାଜ ସଂଗଠନର ନେତାଙ୍କ ସହିତ ପରାମର୍ଶ କରିଥିଲେ I ୱେବିନାର୍ ମାଧ୍ୟମରେ ଦେଶର ମହିଳା ପ୍ରତିନିଧୀଙ୍କ ସହ ସିଧାସଳଖ ଯୋଗାଯୋଗ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୟୁନିସେଫ ଅନୁଯାୟୀ, ପ୍ରତିବର୍ଷ ଭାରତରେ ୧ ୫ ନିୟୁତ ବାଳିକା ୧୮ ବର୍ଷରୁ କମ୍ ବୟସରେ ବିବାହ କରୁଛନ୍ତି ।ଏହି ବିବାହ ଆଇନରେ ସଂଶୋଧନ ପୂର୍ବରୁ ୧୯୭୮ ରେ ଘଟିଥିଲା ​​|

ବିବାହର ବୟସକୁ ସମାନ ୨୧ ବର୍ଷରେ ରଖିବା ପାଇଁ ଟାସ୍କଫୋର୍ସ ୪ ଟି ଆଇନରେ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି | ୧୯୭୮ ମସିହାରେ ଝିଅ ମାନଙ୍କର ସର୍ବନିମ୍ନ ବିବାହ ବୟସ ସୀମା ନିର୍ଦ୍ଧାରିତ ହୋଇ ଏହାକୁ ୧୫ ରୁ ୧୮ ବର୍ଷ କରାଯାଇଥିଲା I ଏହା ପୂର୍ବର ୧୯୨୯ ମସିହାରେ ପ୍ରଚଳିତ ଥିବା ଶାରଦା ଆକ୍ଟ ର ଶେଷ ପରିବର୍ତ୍ତନ କରାଯାଇ ବିବାହ ବୟସ କୁ ୧୫ ରୁ ୧୮ କୁ ପରିବର୍ତ୍ତନ କରାଯାଇଥିଲା I

Leave A Reply

Your email address will not be published.