ବନ୍ଧାକୋବି ଚାଷ

22

ବହୁ ପୁରାତନ କାଳରୁ ଏହା ରୋମ ତଥା ଗ୍ରୀସର ବାସିନ୍ଦାମାନଙ୍କ ଦ୍ୱାରା ଚାଷ କରାଯାଉଛି । ବନ୍ଧାକୋବିକୁ ବିଭିନ୍ନ ଉପାୟରେ ଖିଆଯାଇଥାଏ । ଏଥିଣୁ ସାଲାଡ୍‌, ତରକାରୀ, ଆଚାର ଆଦି ପ୍ରସ୍ତୁତ କରାଯାଏ । ବନ୍ଧାକୋବିରେ ଯଥେଷ୍ଟ ପରିମାଣର ଖଣିଜ ଲବଣ ଓ ଜୀବନିକା ରହିଥାଏ । ଖାଦ୍ୟ ହଜମ ହେବାରେ ଏହାହ ସହାୟକ ହୁଏ ବୋଲି କେହିକେହି ମତ ଦିଅନ୍ତି । ଏଥିଷର ଶତକଡ଼ା ୯୧.୧ ଭାଗ ଜଳୀୟ ଅଂଶ, ୧.୮ ଭାଗ ପୁଷ୍ଟିସାର, ୦.୬ ଭାଗ ଖଣିଜ ଲବଣ ଓ ୧ ଭାଗ ତନ୍ତୁ ଜାତୀୟ ପଦାର୍ଥ ଥାଏ ।
ବିଭିନ୍ନ ଆକାରର ବନ୍ଧାକୋବି ଚାଷ କରାଯାଇଥାଏ । ଗୋଲାକାର କିସମ ମଧ୍ୟରେ ଗୋଲଡେନ ଏକର, ପ୍ରାଇଡ୍ ଅଫ୍‌୍ ଛଇଣ୍ଡିଆ, କୋପେନ ହେଗେନ ମାର୍କେଟ ଆଦି ଚାଷ କରାଯାଇପାରେ । ଚେପ୍‌ଟା ବା ଢୋଲାକାର କିସମ ହିସାବରେ ପୁଷା ଡ୍ରମହେଡ୍‌, ୟାର୍ଲି ଡ୍ରମହେଡ୍ ଆଦି ଚାଷ କରାଯାଇପାରିବ । ଗୋଜିଆ କିସମ ହିସାବରେ ଜର୍ସିୱେକ୍‌ଫିଲଡ୍ ଓ ଲମ୍ବାଳିଆ କିସମ ଭାବେ ଚିଫଟେନ୍ ଜାତୀୟ ବନ୍ଧାକୋବି ଚାଷ କରାଯାଏ । ସାଧାରଣତଃ ଗୋଲାକାର କଚିସମଗୁଡ଼ିକ ଶୀଘ୍ର ଅମଳ ହେଉଥିବା ବେଳେ ଢୋଲାକାର ତଥା ଲମ୍ବାଳିଆ କିସମଗୁଡ଼ିକ ବିଳମ୍ବରେ ଅମଳ ହୋଇଥାଏ । ସଙ୍କର ଜାତୀୟ କିସମ ହିସାବରେ ଗଙ୍ଗା, ଯମୁନା, କ୍ରାନ୍ତି, ଗ୍ରୀନ୍ ଗୋଲଡ୍‌, ବିନୀତ, ସୁଜାତା, ଗ୍ଲୋରିଆ, ଗ୍ରୀନ୍ ଷେ୍‌ଟଟ, ଗୋଲ୍‌ଡଷ୍ଟାର ଆଦି ଚାଷ କରାଯାଇପାରେ । ଏହାଛଡ଼ା ଶୀଘ୍ର ଅମଳ ପାଇବା ପାଇଁ ଗ୍ରୀନ୍ ଏକ୍ସପ୍ରେସ୍ ଚାଷ କରାଯାଇପାରିବ
ବାଲିଆ ଦୋରସା ମାଟିରେ ସଅଳ କିସମଗୁଡ଼ିକ ଚାଷ କରିବା ଭଲ । ଅଧିକ ଅମଳ ପାଇବା ପାଇଁ ଦୋରସା ମାଟିରେ ବନ୍ଧାକୋବି ଭଲ ହୁଏନାହିଁ । ମାଟିର ଅମ୍ଳତା ୬.୦ରୁ ୭.୫ ମଧ୍ୟରେ ହେବା ଆବଶ୍ୟକ । ଅପେକ୍ଷାକୃତ ଥଣ୍ଡାହ ଜଳବାୟୁରେ ବନ୍ଧାକୋବି ଭଲ ହୋଇଥାଏ । ସମତଳ ଅଞ୍ଚଳରେ ଏହା ଶୀତଦିନେ ଚାଷ କରାଯାଏ । କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଚାଷ କରାଯାଇପାରେ । ଆମ ରାଜ୍ୟରେ ଅଗଷ୍ଟ ମାସରୁ ଆରମ୍ଭ କରି ନଭେମ୍ବର ମାସ ପର୍ଯ୍ୟନ୍ତ ବନ୍ଧାକୋବି ଲଗାଯାଇ ପାରିବ ।
ଏକ ଏକର ଜମିରେ ଲଗାଇବା ପାଇଁ ୨୦୦ ଗ୍ରାମ ବିହନ ଦରକାର ହୋଇଥାଏ । ପ୍ରଥମେ ଏହାକୁ ଥିରାମ ବା ବାଭିଷ୍ଟିନ ସହ ଗୋଳାଇ ବିଶୋଧନ କରିବା ଆବଶ୍ୟକ । ତାପରେ ବିହନକୁ ତଳି ପଟିରେ ଚାରା ପକାଯାଏ । ଚାରାଗୁଡ଼ିକ ଏକ ମାସର ହୋଇଗଲା ପରେ ରୁଆ ଯାଇଥାଏ । ଧାଡ଼ିକୁ ଧାଡ଼ି ୪୫ରୁ ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦-୪୦ ସେଣ୍ଟିମିର ଦୂରତାରେ ତଳି ରୋଇବା ଆବଶ୍ୟକ ।
ଏକ କ୍ୱିଣ୍ଟାଲ ବନ୍ଧାକୋବି ଅମଳ ହେବାପାଇଁ ପ୍ରାୟ ୦.୩୦ କି.ଗ୍ରା. ଯବକ୍ଷାର, ୦.୦୮ କି.ଗ୍ର।।. ଫସଫରସ ଓ ୦.୩୦ କି.ଗ୍ରା. ପଟାସ ସାର ଦରକାର ହୋଇଥାଏ । ଏହି ଫସଲରେ ସାର ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ଉଚିତ । ଅଧିକ ଅମଳ ପାଇବା ପାଇଁ ଏକର ପିଛା ୫-୬ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ । ତଳି ରୋଇବା ବେଳେ ଏକର ପିଛା ୨୫ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସଫରସ ଓ ୨୪ କିଲୋଗ୍ରାମ ପଟାସ ସାର ପ୍ରୟୋଗ କରିବା ଦରକାର । ଏଥିପାଇଁ ଏକର ପ୍ରତି ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଓ ୪୦ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ସହିତ ୫୫ କି.ଗ୍ରା. ୟୁରିଆ ସାର ଆବଶ୍ୟକ ହେବ । ଏହା ବଦଳରେ ଏକର ପ୍ରତି ୧୦୭ କି.ଗ୍ରା. ଶ୍ୟାମଳା, ୨୦ କି.ଗ୍ରା. ୟୁରିଆ ଓ ୧୩ କି.ଗ୍ର।।. ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରିବାକୁ ପଡ଼ିବ । ଏହା ବଦଳରେ ଏକର ପ୍ରତି ହ୬୨ କି.ଗ୍ରା. ଏନ୍‌ପିକେ (୧୦-୨୬-୨୬), ୪୧ କି.ଗ୍ରା. ୟୁରିଆ ଓ ୧୩ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରିବାକୁ ପଡ଼ିବ । ଏହି ସାର ବଦଳରେ ଏକର ପ୍ରତି ୪୬ କି.ଗ୍ରା. ଗ୍ରୋମୋର (୧୪-୩୫-୧୪), ୪୦ କି.ଗ୍ରା. ୟୁରିଆ ଓ ୨୯ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରିବାକୁ ପଡ଼ିବ । ଏହା ବଦଳରେ ଏକର ପ୍ରତି ୪୦ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ଏବଂ ୨୦ କି.ଗ୍ରା. ୟୁରିଆ ସହିତ ୫୭ କି.ଗ୍ରା. ଗ୍ରୋମୋର (୨୮-୨୮-୦) କିମ୍ବା ୮୦ କି.ଗ୍ରା. ସୁଫଳା (୨୦-୨୦-୦) ସାର ପ୍ରୟୋଗ କରାଯାଇପାରିବ । ଏହାର ଏକ ମାସ ପରେ ଏକର ପଛା ୨୫ କିଲୋଗ୍ରାମ ଯବକ୍ଷାର ବା ୫୫ କିଲୋଗ୍ରାମ ୟୁରିଆ ସାର ଦେବାକୁ ହୁଏ । ଏହି ଫସଲରେ ବୋରନ ଅଭାବ ହେଲେ ଅମଳ କମିଯାଏ । ତେଣୁ ଏକର ପିଛା ୫୦୦ ଗ୍ରାମ ବୋରନ ବା ବୋରାକ୍‌ସକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରାଯିବା ଦରକାର ।
ଚାରା ରୋିବାହର ଦୁଇ-ତିନି ସପ୍ତାହ ପରେ ମାଟିକୁ ଖୁସାଇ ଦେଇ ଘାସ ବାଛିଦେବା ଆବଶ୍ୟକ । ଦ୍ୱିତୀୟ ଥର ଯବକ୍ଷାର ସାର ପ୍ରୟୋଗ ପରେ ଗଛ ମୂଳକୁ ହୁଡ଼ା ଟେକିଦେଲେ ପାଣି ମଡ଼ାଇବା ସୁବିଧାଜନକ ହୋଇଥାଏ । ରାସାୟନିକ ଉପାୟରେ ଘାସ ଦମନ କରିବା ପାଇଁ ଏକର ପିଛା ୮୦୦ ମିଲିଲିଟର ବାସାଲିନ୍‌କୁ ୪୦୦ ଲିଟର ପାଣି ସହ ମିଶାଇ ଚାରା ରୋଇବା ବେଳେ ମାଟିରେ ସ୍ପ୍ରେ କରାଯାଏ । ଏହା ପରେ ଜମିରେ ପାଣି ମଡ଼ାଇଦେବା ଉଚିତ ।
ଚାରା ଲଗାଇବା ପରେ ପାଣି ମଡ଼ାଇବା ଉଚିତ । ଏହାପରେ ୧୫ ଦିନ ଅନ୍ତରରେ ପାଣି ମଡ଼ାଇବାକୁ ହୁଏ । ମାଟିର ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଦରକାର । ଏହି ଫସଲ ପାଇଁ ପ୍ରାୟ ସେଣଟିମିଟର ଜଳସେଚନ ଦରକାର ହୋଇଥାଏ । ମୋଟରେ ପ୍ରାୟ ୬-୮ ଥର ପାଣି ମଡ଼ାଇବା ଆବଶ୍ୟକ । କୋବି ବାନ୍ଧିଲା ପରେ ଅତ୍ୟଧିକ ପାଣି ମଡ଼ାଇବା ଠିକ୍ ନୁହେଁ । ବହୁଦିନ ମାଟିକୁ ଶୁଖିଲା ରଖି ହଠାତ୍ ଅଧିକ ପାଣି ମଡ଼ାଇଦେଲେ କୋବି ଫାଟିଯିବାର ଆଶଙ୍କା ଥାଏ ।
ବନ୍ଧାକୋବି ଶୂକ, ଠିକରିଆ ପୋକ ଏବଂ କୋବିବିନଧା ପୋକ ଏହି ଫସଲର ବିଶେଷ କ୍ଷତି କରନ୍ତି । ଏମାନଙ୍କ ଆକ୍ରମଣ ଯୋଗୁଁ ଫସଲ ଅମଳ ହ୍ରାସ ହେବା ସହିତ ବଜାରରେ ମଧ୍ୟ ଉପଯୁକ୍ତ ମୂଲ୍ୟ ମିଳେନାହିଁ । ଏହାକୁ ଦମନ କରିବା ପାଇଁ ଏକର ପିଛା ୨୫୦ ଗ୍ରାମ କେଲଡାନ ବା ପାଦାନ ବା ଜେସ କିମ୍ବା ୩୦୦ ମିଲିଲିଟର ସ୍ପିନୋସାଡ୍ କିମ୍ବା ୪୦୦ ମିଲିଲିଟର ମାଲାଥିଅନ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବା ଉଚିତ । ବନ୍ଧାକୋବିର ପତ୍ରପୋଡ଼ା ରୋଗ ହେଲେ ପତ୍ର ଉପରେ ବାଦାମୀ ମିଶା କଳା ଚିହ୍ନ ଦେଖାଯାଏ । ଆକ୍ରାନ୍ତ ପତ୍ର ସବୁ ହଳଦିଆ ପଡ଼ି ଶୁଖିଯାଏ । ଏହାକୁ ଦମନ କରିବା ପାଇଁ ଏକର ପିଛା ୫୦୦ ଗ୍ରାମ ଇଣ୍ଡୋଫିଲ ଏମ୍‌-୪୫ ବା କୋସାଇଡ୍ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବା ଉଚିତ ।
କିସମ ଅନୁସାରେ ବନ୍ଧାକୋବି ୭୦ରୁ ୯୦ ଦିନ ମଧ୍ୟରେ ଅମଳ ହୋଇଥାଏ । ଭଲ ଭାବେ ଚାଷକଲେ ଏକ ଏକର ଜମିରୁ ୧୦୦-୧୨୦ କ୍ୱିଣ୍ଟାଲ ବନ୍ଧାକୋବି ଅମଳ ହୋଇପାରିବ । ଆମ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବନ୍ଧାକୋବିର ବିହନ ଉତ୍ପାଦନ କରାଯାଇପାରିବ । ଏହା ଏକ ପରପରାଗସଙ୍ଗମୀ ଫସଲ । ତେଣୁ ବିହନ ଉତ୍ପାଦନ କରିବାକୁ ହେଲେ ଏହାର ୧୦୦୦ ମିଟର ଦୂରତା ମଧ୍ୟରେ ଅନ୍ୟ କୌଣସି କିସମର ବନ୍ଧାକୋବି ଚାଷ ହେଉ ନଥିବା ଦରକାର ।

Comments are closed, but trackbacks and pingbacks are open.