ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା

22

ଭୁବନେଶ୍ୱର:ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ସେ କହିଛନ୍ତି ଯେ ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ସେହିପରି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ । ଡିସେମ୍ବର ଶେଷ ସୁଦ୍ଧା ୧କୋଟିରୁ ଊଦ୍ଧ୍ୱର୍ ମହିଳାଙ୍କୁ ଟଙ୍କା ମିଳିବ। ଖାରଜ ଆବେଦନର  ରିଚେକ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ  ନେଇ ୩ ଜଣିଆ କମିଟି ଗଠନ କରାଯାଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ଜରିଆରେ ନୋଟିସ ହେବ । ଜମି ଆଧାରରେ ଖାରଜ ହୋଇଥିଲେ ଆରଆଇ ଓ ତିହସଲଦାର  ପୁନଃ ଯାଞ୍ଚ କରିବେ । ଖାରଜ ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଅଧିକ ଅଛନ୍ତି । ବ୍ୟାଙ୍କ ଲିଙ୍କ କଟିଥିଲେ ବ୍ୟାଙ୍କ ସହ ଯୋଗାଯୋଗ କରି ଜଣାଇବେ। ଅଙ୍ଗନବାଡ଼ି କର୍ମୀ, ଏମବିକେମାନଙ୍କୁ ଯାଞ୍ଚ କରି ଟଙ୍କା ଦିଆଯିବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ।  ଗତକାଲି ଶ୍ରୀମତୀ ପରିଡ଼ା କହିଥିଲେ ଯେ ଯେଉଁମାନେ ବାଦ ପଡ଼ିଛନ୍ତି ସେମାନଙ୍କ ପାଇଁ ଗାଇଡଲାଇନ ଆସିବ। ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ।  ବୈଠକ ବସିବ । ଆଉ ଏନେଇ ଗାଇଡଲାଇନର ରୂପରେଖ ପ୍ରସ୍ତୁତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.