୨୦୨୪ ସୁଦ୍ଧା କୋଇଲା ଆମଦାନୀ ବନ୍ଦ

34

ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ବିଦେଶରୁ କୋଇଲା ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗୁରୁବାର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ମୋଦୀ ସରକାର ବର୍ତ୍ତମାନ ଦେଶରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବାକୁ ଉଦ୍ୟମ କରୁଛନ୍ତି । କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ (ସିଏଜି) ପକ୍ଷରୁ ଦେଶର ୨୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର)ରେ ଥିବା ୪ ପ୍ରକାର ଜୀବାଶ୍ମ ଇନ୍ଧନ, ୬୩ ଲଘୁ ଖଣିଜ ପଦାର୍ଥର ଗଚ୍ଛିତ ପରିମାଣକୁ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେଣୁ ଖଣି ନିଲାମ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାରେ ଏହି ରିପୋର୍ଟ ସହାୟକ ହେବବୋଲି ଜୋଷୀ ଆଶାବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.