ଚଳଚଞ୍ଚଳ ରଥଖଳା: ଚାରିନାହାକା ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

165

ମହାପ୍ରଭୁ ଙ୍କର ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରାପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥ ଖଳା I ମହାରଣା ସେବକ ମାନଙ୍କ ଦ୍ୱାରା ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ କାର୍ଯ୍ୟ ଆରମ୍ଭ ହୋଇଛି।
ତିନିରଥର ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଥିବା ଛଅ ,ଛଅଟି ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ କାର୍ଯ୍ୟ ସହ ଚାରି ଚାରିଟି ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ତିନିରଥ ପାଇଁ ଘଡି ମୁହଁ- ଦଣ୍ଡା କଣ୍ଟା ଏବଂ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.