ଭୁବନେଶ୍ୱର: ଡିସେମ୍ବର ୧ ତାରିଖରେ ହେବାକୁଥିବା ବସ୍ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ଦିଆଯିବା ପରେ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସୂଚନାଥାଉ କି, ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ରାଜ୍ୟ ସରକାର ଦେବେ ବୋଲି ଘୋଷଣା କରିଥିଲେ। ଏହା ପରେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଜଣେଇଥିଲେ ଯେ, ଗାଡ଼ି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟକୁ ଓହ୍ଲାଇବୁ। ସେ କହିଥିଲେ, ସରକାର ପୋଲିସକୁ ଯେବେଠୋରୁ ଗାଡ଼ିମୋଟର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନ୍ଦୋଳନ ହେବ। ତେବେ ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ବଦଳାଇଛି।
Comments are closed, but trackbacks and pingbacks are open.