ତେଲ ଦର ହ୍ରାସ ପରେ କମିଲା ବସ୍‌ ଭଡା, ଆଜି ଠାରୁ ଲାଗୁ ହେବ

23

ତେଲ ଦର କମିବାରୁ ରାଜ୍ୟରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯ କୁ ହ୍ରାସ ପାଇଛି ।
ଏହା ସହ କିଲୋମିଟର ପିଛା ଏସି ବସ୍ ଭଡ଼ା ୬ ପଇସା କମିଛି । ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି । ବସ୍ ଭଡ଼ା ହାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିବର୍ତିତ ବସ ଭଡା ଆଜିଠାରୁ ଲାଗୁ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି I

ସୂଚନାଯୋଗ୍ୟ ମେ ୨୧ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହ୍ରାସ କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୮ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ । ଯାହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା। ତେଲ ଦର କମିଥିଲେ ମଧ୍ୟ ବସ ଭଡା କମି ନ ଥିବାରୁ ଯାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ଆଜି ବସ୍‌ ଭଡା କମାଯାଇଛି।

Comments are closed, but trackbacks and pingbacks are open.