ବୁର୍ଲା ପାଓ୍ୱାର ଚ୍ୟାନେଲରେ ଅଘଟଣ: ଭାସି ଯାଇ ଇଞ୍ଜିନିୟରିଂ ଛାତ୍ର ମୃତ

23

ବୁର୍ଲା ପାଓ୍ୱାର ଚ୍ୟାନେଲ ରେ ଗାଧୋଇବା ବେଳେ ଅଘଟଣ I ଭାସି ଯାଇ ଜଣେ ଇଞ୍ଜିନିୟରିଂ ଛାତ୍ର ଙ୍କ ମୃତ୍ୟୁ ହୋଇଛି । ନିଖୋଜ ଛାତ୍ରଜଣକ ଭିସୁଟରେ ପଢ଼ୁଥିବା ବେଳେ ସାଙ୍ଗମIନଙ୍କ ସହ ଗାଧୋଇବାକୁ ଯାଇଥିଲେ I

ଖବର ଅନୁସାରେ ଆଜି ୧୦/୧୨ ଜଣ ଭିସୁଟ ଛାତ୍ର ସାଙ୍ଗ ହୋଇ ଗାଧୋଇବାକୁ ବୁର୍ଲା ପାଓ୍ୱାର ଚ୍ୟାନେଲକୁ ଯାଉଥିଲେ। ସେଠାରେ ଅସାବଧାନତା କାରଣରୁ ଜଣେ ଛାତ୍ର ପାଓ୍ୱାର ଚ୍ୟାନେଲର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଥିବା ତାଙ୍କ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ଛାତ୍ର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଛାତ୍ର ଜଣକ ହେଲେ ତ୍ରିଲୋଚନ ମହାରଣା। ସେ ଭିସୁଟ ର ଦ୍ଵିତୀୟ ବର୍ଷ ର ମେକାନିକାଲ ଇଂଜିନିୟରିଂ ଛାତ୍ର I ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଲୋକ ଗହଳି ହୋଇଛି।

Comments are closed, but trackbacks and pingbacks are open.