ଆତ୍ମବିଶ୍ୱାସର ସହ ଉନ୍ନତ ସମାଜ ଗଠନ କରିବା – ଧର୍ମେନ୍ଦ୍ର ପ୍ରଧାନ

63

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୨୧ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ବେଦିକାର ସମାବର୍ତ୍ତନ ସମାରୋହ ଓ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (AIMA)ର ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆଓ୍ୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମବେତ ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ଆତ୍ମବିଶ୍ୱାସର ସହ ନେତୃତ୍ୱ ନେବା ସହ ଏକ ଉନ୍ନତ ସମାଜ ଗଠନରେ ସାହାଯ୍ୟ କରିବା ପାଇଁ  ଆହ୍ୱାନ କରିଛନ୍ତି ।ମହିଳାଙ୍କ ପାଇଁ ବେଦିକା ସ୍କଲାର୍ସ କାର୍ଯ୍ୟକ୍ରମରେ ୨୦୨୪ ବର୍ଷର ଗ୍ରାଜୁଏଟ୍ ଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି, ସମାବର୍ତ୍ତନ କେବଳ ଗ୍ରାଜୁଏଟ୍ ହେବାର ବିଷୟ ନୁହେଁ ବରଂ ଏହା ଭବିଷ୍ୟତ ଆଡକୁ ବଢିବାର ଏକ  ଏକ ସମାରୋହ । ବେଦିକାର ସମସ୍ତ ସ୍ନାତକଧାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ସେ କହିଛନ୍ତି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ଭାରତରେ  ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି । ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ, “ମହିଳାମାନେ ହିଁ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୁରୁଷମାନଙ୍କ ଠାରୁ ବହୁତ ଗୁଣରେ ସେମାନେ ସବୁ କାମ କରିପାରିବେ” । ଏହିପରି ଭାବରେ ବିଦେକାର ଛାତ୍ରୀମାନେ ଭାରତର ନାରୀଶକ୍ତିରୁ ପ୍ରେରଣା ନେଇ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବେ । ପ୍ରତିବନ୍ଧକକୁ ଭାଙ୍ଗି ଜୀବନରେ ନୂଆ ଉଚ୍ଚତା ହାସଲ କରିବେ । ଭାରତ ଏକ ପରିବର୍ତ୍ତନଶୀଳ ଯୁଗର ଦ୍ୱାରରେ ରହିଛି । ବେଦିକାର  ଗ୍ରାଜୁଏଟ ବିକଶିତ ଭାରତ ନିର୍ମାଣରେ ଆଗରେ ରହିବେ । ବଡ ବଡ ସ୍ୱପ୍ନ ଦେଖିବା ନିଜକୁ ଓ୍ୱେଲଥ୍ କ୍ରିଏଟର ଭାବରେ ପ୍ରତିପାଦିତ କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଥିଲେ । କେବଳ ଚାକିରି ଖୋଜିବା ନୁହେଁ, ବରଂ ଚାକିରିଦାତା ହେବା ପାଇଁ ସେ ଆହ୍ୱାନ କରିଥିଲେ ।ଆଇମା’ର ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆଓ୍ୱାର୍ଡ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ସମୟକୁ ସଠିକ୍ ସମୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିଛନ୍ତି । ଚଳିତ ବଜେଟରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ହୋଇଛି । ଏହାଦ୍ୱାରା ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବା ସହ ଏହାର ପ୍ରଭାବ ସର୍କୁଲାର୍ ଅର୍ଥନୀତିରେ ପଡିବ । ତେବେ ଦେଶର ଆବଶ୍ୟକତା ଅନୁସାରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନକୁ ଗତି ଦେବା ଦିଗରେ ସହଯୋଗୀ ହେବା ପାଇଁ ସେ ଆଇମାକୁ ଆହ୍ୱାନ କରିଛନ୍ତି ।

Comments are closed, but trackbacks and pingbacks are open.