କାଗଜ ଫୁଲ ଚାଷ

23

ଏହାକୁ ଇଂରାଜୀରେ ବୋଗନଭିଲ୍ଲା କୁହାଯାଏ । ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଲଗାଯାଏ । ଏହା ଉଭୟ ବୁଦା ଏବଂ ଲତାଜାତିର ହୋଇଥାଏ । ଏହା ପ୍ରଥମେ ଦକ୍ଷିଣ ଆମେରିକାରେ ଦେଖାଯା
ବିଭିନ୍ନ ପ୍ରକାରର ମାଟିରେ ଇଥିବାର ଜଣାଯାଇଛି । ବୃନ୍ତର ଆବରଣ ବୃଦ୍ଧି ପାଇ ଫୁଲ ପରି ଦେଖାଯାଏ । ଏହା ବିଭିନ୍ନ ରଙ୍ଗର ହୋଇଥାଏ । ଆମ ଦେଶରେ ଏହା ଏବଶ ଲୋକପ୍ରିୟ ହୋଇପାରିଛି ।ଏହା ଲଗାଯାଇପାରିବ । ବାଲିଆମାଟି, ଲାଲମାଯି, କୃଷ୍ଣ କାର୍ପାସ ମୃତ୍ତିକା ତଥା ପଥୁରିଆ ସ୍ଥାନରେ ଏହା ବଢ଼ିପାରେ । ଏହାର ଚେର ଅଧିକ ଗଭୀରକୁ ଯାଇଥାଏ । ତେଣୁ ଥରେ ବଞ୍ôଚଗଲେ ଏହା କମ୍ ଯତ୍ନରେ ବଢ଼ିପାରେ । ପାଣି ଜମି ରହୁଥିବା ସନ୍ତସନ୍ତିଆ ସ୍ଥାନରେ ଏହି ଗଛ ବଢ଼ିପାରେ ନାଂହିଁ । ଛାଇ ଜାଗରେ ଏହି ଗଛ ଭଲ ବଢ଼େନାହିଁ । ତା ଛଡ଼ା କୁହୁଡ଼ି ଗଛ ପାଇଁ କ୍ଷତିକାରକ ହୋଇଥାଏ ।
ବର୍ଷାଋତୁ ଆରମ୍ଭରେ ଏହି ଗଛ ଲଗାଯାଇଥାଏ । କାଗଜ ଫୁଲର ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – ମେରିପାମର, ର୍ଫମୋସା, ସ୍ନୋ ହ୍ୱାଇଟ୍‌, ଜୁବଲି, ସ୍ପେସିଓସା, ଗୋଲଡେନ୍ ଗ୍ଲୋ, ମାଜେଣ୍ଟାକୁଇନ୍‌, ଏକ୍ଲିପ୍‌ସ, ଅର୍ଚ୍ଚନା, ଡବଲ୍ ପିଙ୍କ, ଗ୍ଲାବ୍ରା ଭାରିଏଗାଟା, ଭାବା ଇତ୍ୟାଦି ।
ଗାତ ଖୋଳି ଗଛ ଲଗାଯାଏ । ଗାତର ଲମ୍ବ, ଓସାର ଓ ଗଭୀରତା ୧ ମିଟର ଲେଖାଏଁ ହେବା ଆବଶ୍ୟକ । ଗାତ ମଧ୍ୟରେ ୮-୧୦ କିଲୋଗ୍ରାମ ସଢ଼ା ଗୋବର ଖତ, ୨୫୦ ଗ୍ରାମ ହାଡ଼ଗୁଣ୍ଡ ଓ ନିମପଡ଼ିଆ ଦେବା ଦରକାର । ପରବର୍ତ୍ତୀ ସମରେ ଗଛ ପିଛା ୧୦ ଗ୍ରାହମ ଯବକ୍ଷାର, ୨୦ ଗ୍ରାମ ଫସଫରସ ଓ ୪୦ ଗ୍ରାମ ପଟାସ ଦେବାକୁ ହେବ । ଏଥିପାଇଁ ୨୨ ଗ୍ରାମ ୟୁରିଆ, ୧୨୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୭୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରିବାକୁ ପଡ଼ିବ । ଏହା ବଦଳରେ ୪୪ ଗ୍ରାମ ଡିଏପି, ୫ ଗ୍ରାମ ୟୁରିଆ ଓ ୭୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରାଯାଇପାରେ ।
ଗଛ ଲଗାଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଦରକାର । ପରବର୍ତ୍ତୀ ସମୟରେ ପ୍ରାୟ ଜଳସେଚନ ଦରକାର ହୋଇ ନଥାଏ । କିନ୍ତୁ ମାଟି ଅତ୍ୟଧିକ ଶୁଖି ଯାଇଥିଲେ ପାଣି ମଡ଼ାଇବା ଉଚିତ । ବର୍ଷାଦିନେ ବଳକା ପାଣି ନିଗିଡ଼ି ଯିବାପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ।
କାଗଜ ଫୁଲକୁ କୁଣ୍ଡରେ ମଧ୍ୟ ଲଗାଯାଇପାରିବ । କୁଣ୍ଡର ବ୍ୟାସ ୩୦ ସେଣ୍ଟିମିଟର ହୋଇଥିବା ଦରକାର । କୁଣ୍ଡରେ ମାଟି, ଖତ ଓ ସଢ଼ା ପତ୍ରର ମିଶ୍ରଣ ଭରିବାକୁ ପଡ଼ିବ । ସୁବିଧା ହେଲେ ୧-୨ ଚାମଚ ହାଡ଼ଗୁଣ୍ଡ ମିଶା ଯାଇପାରେ । କୁଣ୍ଡରେ ଗଛ ଲଗାଇଲେ ଏହାର ଡାଳକୁ ମଝିରେ ମଝିରେ କାଟିଦେବା ଉଚିତ । ଜୁନ୍ ମାସରେ ଡାଳ କାଟିବା ଭଲ । କୁଣ୍ଡରେ ତରଳ ଖତ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

Comments are closed, but trackbacks and pingbacks are open.