ମାର୍ଚ୍ଚ ୨୫ରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ,୩୦ରେ ହେବ ଉପସ୍ଥାପନ

31

ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ଏହି ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ I୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ମାର୍ଚ୍ଚ ୨୭ ରବିବାର ପଡୁଥିବାରୁ ଏହି ଦିନ ବିଧାନସଭାର ବଜେଟ ଅଧିବେଶନ ଚାଲିବ ନାହିଁ । ଏହାପରେ ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ।ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ ।ଚଳିତଥର ଆସିବାକୁ ଥିବା ବଜେଟରେ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ଓ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ବଜେଟ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.