ନୂଆଦିଲ୍ଲୀ: ଜାନୁଆରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଏପ୍ରିଲ ୨ ଯାଏଁ ୨ଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ। ଜାନୁଆରୀ ୨୮ରୁ ଏପ୍ରିଲ ୨ ତାରିଖ ଯାଏଁ ସଂସଦରେ ବଜେଟ ଅଧିବେଶନ ଚାଲିବ। ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାଲ ମନ୍ତ୍ରୀ କିରଣ ରିଜିଜୁ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ତାରିଖ ଯାଏଁ ଚାଲିବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଫେବୃଆରୀ ୧ ରବିବାର ପଡୁଥିଲେ ବି, ପରମ୍ପରା ମୁତାବକ ସେହିଦିନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.