ଚଳିତ ଫେବୃଆରୀ ୨୧ରୁ ବଜେଟ୍‌ ଅଧିବେଶନ

23

ଭୁବନେଶ୍ୱର : ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଚଳିତ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱାଦଶ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ ଏହି ବିଧାନସଭା ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ଫେବୃଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିବେ । ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା, ବଜେଟ ସମ୍ବନ୍ଧୀୟ ଆଲୋଚନା, ଅନୁଦାନ ଦାବି, ୨୦୨୩-୨୪ ବର୍ଷ ପାଇଁ ବିନିୟୋଗ ବିଲ୍‌୍‌, ବେସରକାରୀ ସଭ୍ୟଙ୍କ କାର୍ଯ୍ୟ (ବିଲ୍‌ ଓ ସଂକଳ୍ପ) ଇତ୍ୟାଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.