ବଜେଟ୍ 2024 ଅପଡେଟ୍: ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା

47

ନୂଆଦିଲ୍ଲୀ:୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।  ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ ।  ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ତେବେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କ’ଣ ସବୁ କହିଛନ୍ତି ତାହା ସଂକ୍ଷେପରେ ଜାଣନ୍ତୁ:-

-ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
– ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
– ପିଏମ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି କରାଯାଇଛି
-୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି
– ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା

-୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ
-୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ
-ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ
-ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ

Comments are closed, but trackbacks and pingbacks are open.