ବଜେଟ ୨୦୨୨ : ପିଏମ୍ ଗତିଶକ୍ତି ଯୋଜନା କୁ ଗୁରୁତ୍ତ୍ଵ,୩ ବର୍ଷ ମଧ୍ୟରେ ଦେଶରେ ଗଡିବ ୪୦୦ ଟି ‘ବନ୍ଦେ ଭାରତ’ ଟ୍ରେନ

17

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୧୦ମ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି କି ଆଗାମୀ ୩ ବର୍ଷ ମଧ୍ୟରେ ଦେଶରେ ୪୦୦ ଟି ‘ବନ୍ଦେ ଭାରତ’ ଟ୍ରେନ ଚଳା ଚଳ ଆରମ୍ଭ ହେବ । ରେଲ୍, ରୋଡ୍, ଏୟାରେୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଯୋଜନା ଆରମ୍ଭ ହେଉଛି। ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି କି ରେଳ ବିଭାଗ ତରଫରୁ କ୍ଷୁଦ୍ରଚାଷୀ ଓ ଉଦ୍ୟୋଗପତିମାନଙ୍କ ପାଇଁ ଶସ୍ତା ପରିବହନ ବ୍ୟବସ୍ଥାର ବିକାଶ କରାଯିବ । ଏହାଦ୍ୱାରା ସ୍ଥାନୀୟ ଉତ୍ପାଦକୁ କିଭଳି ଅନ୍ୟ ସ୍ଥାନକୁ ପଠାଯାଇ ପାରିବ ତାହା ଉପରେ ରେଳ ବିଭାଗ ଗୁରୁତ୍ୱ ଦେବ । ଅନ୍ୟପଟେ ୧୦୦ ଟି ଗତିଶକ୍ତି କାର୍ଗୋ ଟ୍ରେନ ଚଳାଇବା ପାଇଁ ବଜେଟରେ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଛନ୍ତିି କି ଦେଶରେ ମଲ୍ଟି କନେକ୍ଟିଭିଟି ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି- ରାଷ୍ଟ୍ରୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରାଯାଇଛି । ଏନେଇ ଭାରତୀୟ ରେଳ ବିଭାଗରେ ୧୦୦ ଟି ଗତି ଶକ୍ତି କାର୍ଗୋଟ୍ରେନ ଚଳାଚଳ ନେଇ ବଜେଟରେ ପ୍ରସ୍ତାବ ରଖାଯାଇଛି । ଏହାସହ ଗତ ୭ ବର୍ଷ ମଧ୍ୟରେ ୨୪,୦୦୦ କିଲୋମିଟର ରେଳ ଲାଇନକୁ ବିଦ୍ୟୁତ୍ କରଣ କରାଯାଇଥିବା କଥା ଅର୍ଥମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.