ବଜେଟ ୨୦୨୨ :ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ସହିତ ଅଙ୍ଗନବାଡି କୁ ଗୁରୁତ୍ତ୍ଵ

16

ବଜେଟ୍‌ ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କୃଷକ ଏବଂ ଛାତ୍ରମାନଙ୍କ ବିଷୟରେ ଅନେକ ବଡ଼ ଘୋଷଣା କରିଛନ୍ତି I ଏଥିରେ ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ କରାଯିବ। ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ହେବ ୨ଶହ ଚ୍ୟାନେଲ । ନ୍ୟାସନାଲ୍‌ ଟେଲି ମେଣ୍ଟାଲ ହେଲ୍‌ଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲ୍‌ଥ। ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ। ଏହି ଯୋଜନା ଅନୁସାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ

Leave A Reply

Your email address will not be published.