ବଜେଟ ୨୦୨୨-୨୩ : ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ ଲିମିଟେଡ୍ ରୁ ପୁଞ୍ଜି ପ୍ରତ୍ୟାହାର ସୂଚନା

0 111

ଆଜି ସଂସାଦରେ ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ଏହା ତାଙ୍କର ସମ୍ପୂର୍ଣ୍ଣ ପେପରଲେସ ୪ର୍ଥ ବଜେଟ I ଏହି ବଜେଟ ଉପସ୍ଥାପନ ସମୟରେ କ୍ଷତିରେ ଚାଲୁଥିବା ଓଡ଼ିଶାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତରେ ପୁଞ୍ଜି ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ I ସୂଚନାଥାଉକି, ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ ସହ ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଏହି କମ୍ପାନି କିଣିବା ଦୌଡ଼ରେ ରହିଥିଲେ। ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲର ଏକ ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଥିଲା । ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ । ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ଏହି କମ୍ପାନି ଗତ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଛି । କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି ।

ତେବେ ଗତ ୨୦୨୦ ଜାନୁଆରି ୮ରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୧୨,୧୦୦ କୋଟିରେ ନୀଳାଚଳ ଇସ୍ପାତ ନିଗମକୁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ କିଣିବ ବୋଲି ଜଣାଯାଇଛି। ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଞ୍ଜୁରୀ ଦେଇଛି।

Leave A Reply

Your email address will not be published.