ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍ ପରିମାଣ

88

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ପ୍ରତିରକ୍ଷା ଶକ୍ତିକୁ ଅଧିକ ବଢାଇବା ଲାଗି ସରକାର ନେଇପାରନ୍ତି ବଡ଼ ପଦକ୍ଷେପ। ପ୍ରତିରକ୍ଷା ବଜେଟ ପରିମାଣ ବଢାଇବା ଲାଗି ଯୋଜନା ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ବଜେଟର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ପ୍ରତିରକ୍ଷା ଲାଗି ଅଧିକ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇପାରେ ବୋଲି କୁହାଯାଇଛି। ସେନାବାହିନୀର ଆବଶ୍ୟକତା ପୂରଣ କରିବା ଲାଗି ଆସନ୍ତା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟକୁ ମଞ୍ଜୁର କରାଯାଇପାରେ। ଗତ ୧୦ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ବ୍ୟୟଭାର ପ୍ରାୟ ୩ ଗୁଣ ହୋଇଛି। ୨୦୧୪-୧୫ରେ ପ୍ରତିରକ୍ଷା ବଜେଟ ପରିମାଣ ୨.୨୯ ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ପ୍ରତିରକ୍ଷା ବଜେଟ ପରିମାଣ ଥିଲା ୬.୮୧ ଲକ୍ଷ କୋଟି ଟଙ୍କା। ଯାହାକି ମୋଟ ବଜେଟର ୧୩.୪୫ ପ୍ରତିଶତ।

Comments are closed, but trackbacks and pingbacks are open.