ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ବ୍ୟବହାର ହେବ ବାଧ୍ୟତାମୂଳକ

125

ଭୁବନେଶ୍ୱର: ସମସ୍ତ ସରକାରୀ ଅଫିସ୍ ରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ କରାଯିବ। ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ହୋଇଛି। ଚିଠିରେ କୁହାଯାଇଛି, ସବୁ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ BSNL ଇଣ୍ଟରନେଟ୍ । BSNL ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡଲାଇନ୍, ଲିଜ୍ ଲାଇନ୍ ସେବା ବ୍ୟବହାର ହେବ। ବିଏସ୍ଏନ୍ଏଲ୍ ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗ ଏନେଇ ନିର୍ଦେଶାବଳୀ ଜାରି କରିଛି। ରାଜ୍ୟର ସମସ୍ତ ଡିଆରସିଏସ୍, ଏଆରସିଏସ୍ଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠି ଜାରି ହୋଇଛି। ସରକାର ବିଏସ୍ଏନ୍ଏଲ୍ ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.