ଭୁବନେଶ୍ୱର : ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ କରିବାକୁ ଆମର ଟାର୍ଗେଟ୍ ରହିଛି। ଆତ୍ମସମର୍ପଣ କଲେ ସହଯୋଗ ମିଳିବ , ମୁଖ୍ୟସ୍ରୋତରେ ଫେରିପାରିବେ। ହିଡ୍ମାର ଏନକାଉଣ୍ଟର ପରେ ଏବେ ଟପ୍ ମାଓନେତାଙ୍କୁ ଆମର ଟାର୍ଗେଟ୍ ରହିଛି। ଚଳିତବର୍ଷ ଓଡିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି। ୮ ଜଣ ଗିରଫ ହୋଇଥିବାବେଳେ ୬ ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି ବିଏସ୍ଏଫ୍ ଆଇଜି।ହିଡିମ୍ବା ଭଳି ପ୍ରତି ମାଓ ନେତାଙ୍କ ଉପରେ ନଜର ରହିଛି । ଡ୍ରୋନ ଓ ସାଟେଲାଇଟ ଜରିଆରେ ଆଣ୍ଟି ନକ୍ସଲ ଅପରେସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କନ୍ଧମାଳ, ବୋଦ୍ଧ, କଳାହାଣ୍ଡିରେ ମାଓ ମୁକାବିଲାରେ ବିଏସଏଫ ମୁତୟନ ଅଛନ୍ତି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଏସଏଫ ଆଇଜି ।
Comments are closed, but trackbacks and pingbacks are open.