ନୃଶଂସ ଭିଣୋଇ : ଶ୍ୱଶୁର ଓ ଶାଳକ ଙ୍କୁ ଗାଡି ଚଢ଼ାଇ ହତ୍ୟା ଉଦ୍ୟମ

22

ସମ୍ବଲପୁର : ପାରିବାରିକ ବିବାଦ ର ଉଗ୍ରରୂପ I ନିଜ ଶ୍ୱଶୁର ଓ ଶାଳକ ଙ୍କୁ ଗାଡି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଭିଣୋଇ । ସମ୍ବଲପୁରରେ ବୁର୍ଲା କଚେରୀ ଛକ ରେ ଘଟିଛି ଏହି ଅଭାବନୀୟ ଘଟଣା । କୋର୍ଟ ବାହାରେ ନିଜ ଶ୍ୱଶୁର ଏବଂ ଶଳାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜ୍ୱାଇଁ I ଗୁରୁତର ଅବସ୍ଥାରେ ଶଳାଙ୍କୁ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ସୌମ୍ୟରଞ୍ଜନ ଦାଶ। ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେରରେ।

ସୂଚନାଯୋଗ୍ୟ ଯେ, ପାରିବାରିକ କଳହକୁ କେନ୍ଦ୍ରକରି ଭିଣୋଇ ଗାଡ଼ି ଚଢାଇ ଶଳାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଜ୍ୱାଇଁ ପଞ୍ଚାନନ (ପେଷାରେ ଜଣେ ଓକିଲ) ଆଜି କୋର୍ଟକୁ ସେମାନଙ୍କ ମଧ୍ୟରେ ଥିବା ବିବାଦକୁ ବୁଝାମଣା ପାଇଁ ଆସିଥିବାବେଳେ କଚେରୀ ଛକ ନିକଟରେ ନିଜ ଶ୍ୱଶୁରଙ୍କୁ ପ୍ରଥମେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ପରେ ନିଜ ଶଳାଙ୍କୁ ମଧ୍ୟ ଗାଡ଼ି ଚଢ଼ାଇଥିଲେ । ଗାଡ଼ିଟି ଏତେ ଦ୍ରୁତଗତିରେ ଆସିଥିଲା ଯେ ଏହା ଏସ୍‌ପିଙ୍କ ବାସଭବନ ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା । ଏଥିରେ ତାଙ୍କ ଶଳାଙ୍କର ଗୋଡ଼ ଭାଙ୍ଗିବା ସହ ସେ ଗୁରୁତର ଆହତ ହୋଇଥିଲେ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଭିଣୋଇ ଆଇନଜୀବୀ ପଞ୍ଚାନନ ଦାଶ ଙ୍କୁ ବୁର୍ଲା ଥାନାରେ ଅଟକ ରଖାଯାଇଛି ।ତେବେ ସ୍ୱାମୀ,ସ୍ତ୍ରୀ ଙ୍କ ମଧ୍ୟରେ ଥିବା ବିବାଦ କୁ ନେଇ,ଅଭିଯୁକ୍ତ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି I

Comments are closed, but trackbacks and pingbacks are open.