ଗୋଟିଏ ଦିନ ରେ ଜବତ ହେଲା ୯୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର : ୫ ଗିରଫ

31

ବାଲେଶ୍ୱର ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ପାଖାପାଖି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଇ ବ୍ରାଉନ ସୁଗାର କାରବାର ର ଚେର ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି Iଗତକାଲି ସନ୍ଧ୍ୟାରେ ଜଳେଶ୍ୱରର ରାଜପୁର ଗାଁରୁ ଅବକାରୀ ବିଭାଗ ୨୪୦ ଗ୍ରାମ ଧଳା ଜହର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଉକ୍ତ ଯୁବକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗର କିଣି ଫେରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲା। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ।
ସେହିପରି ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଳେଶ୍ୱର ପୁଲିସ ଝାଡ଼େଶ୍ୱରପୁର ଅଞ୍ଚଳରେ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଜବତ ଧଳାଜହରର ଅନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ଘର ଝାଡ଼େଶ୍ୱରପୁରରେ।
ଏହି ଚଢ଼ଉରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି, ଏସଡିପିଓ ଅଙ୍କିତା କୁମ୍ଭାର ଓ ଏସ୍ଆଇ ଭୁବନ ମୋହନ ସେଠୀଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସେହିପରି ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମାଛୁ‌ଆ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ୧୫୩ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ଗୋଟିଏ ଦିନ ରେ ବିପୁଳ ପରିମାଣ ରେ ବ୍ରାଉନ ସୁଗାର ଜବତ କରିବା ଅବକାରୀ ବିଭାଗ ର ଏକ ବଡ଼ ସଫଳତା I

Leave A Reply

Your email address will not be published.