ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର,୩ ଗିରଫ

35

ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ I ରାଜଧାନୀରୁ ପୁଣି ଧରାପଡ଼ିଲେ ବ୍ରାଉନ୍ସୁଗାର ବେପାରୀ I ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I
ଏହି ୩ ବ୍ରାଉନ୍ ସୁଗାର ବେପାରୀ ହେଉଛନ୍ତି ଜଳେଶ୍ଵର ରାଜପୁରର ସେଖ୍ ମୁନା , ଅଫତାର ହୁସେନ୍ ଏବଂ ଇସମାଇଲ୍ ଖାଁନ୍ । ଶନିବାର ଅପରାହ୍ନରେ ତିନି ଅଭିଯୁକ୍ତ ଏକ ସ୍କୁଟରରେ ଜଳେଶ୍ଵରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ଵର ଏବଂ ଖୋର୍ଦ୍ଧାରେ ବିକ୍ରି କରନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ୍ ସ୍କାର୍ଡ ଏମାନଙ୍କୁ ପିଛା କରି ବାଲିଅନ୍ତା ମହାତ୍ମା ସେତୁ ଉପରେ ଧରିଥିଲା ।
ବ୍ରାଉନ୍ ସୁଗାର ସହ TVS ସ୍କୁଟର, ୨ଟି ମୋବାଇଲ ଏବଂ ୫୦୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ୍ । ପାର୍ବଣକୁ ଆଖି ଆଗରେ ରଖି ରାଜଧାନୀରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଭୁବନେଶ୍ୱର ଓ କଟକରେ ନିଶା କାରବାର କମ୍ କରିବାକୁ ଉଦ୍ୟମ ଜାରି ରହିଛି। ୨୦୨୧ରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ ଏବେ ବି ଜାରି ରହିଛି ବୋଲି କମିଶନରେଟ୍‌ ପୁଲିସ କହିଛି।

Comments are closed, but trackbacks and pingbacks are open.