ଭଦ୍ରକରେ ଦୁଇ ବାଇକ ଆରୋହୀ ଙ୍କ ଠାରୁ ବ୍ରାଉନସୁଗାର ଜବତ

0 129

ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ୨ ଜଣ ବାଇକ୍‌ ଆରୋହୀ ଙ୍କୁ ବିନା ମାସ୍କ ଓ ହେଲ୍‌ମେଟ୍‌ରେ ଆସୁଥିବା ଦେଖି ଅଟକାଇଥିଲା I ରାଆନ୍ଦିଆ ଫେକର ପାୱାର ପ୍ଲାଣ୍ଟ ନିକଟରେ ମୋଟର ସାଇକେଲରେ ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ ଭଦ୍ରକ ଜିଲ୍ଲା ଗଣିଜାଙ୍ଗକୁ ଆସୁଥିଲେ । ହି ଦୁଇ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇ ଚେକିଂ କରିଥିଲେ । ପୁଲିସ ଚେକିଂ ସମୟରେ ସେମାନଙ୍କ ଠାରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିଲା I
ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଜବତ ହୋଇଛି ।ଏଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗର ଆଣିଥିଲେ ଏବଂ କେଉଁ ସ୍ଥାନକୁ ନେଇ ଯାଉଥିଲେ । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.