ମୋ ସ୍ୱାମୀ ଙ୍କୁ ଫେରେଇ ଆଣ

28

ଦୀର୍ଘ ୪ ବର୍ଷ ହେଲା ବାହାରିନ ର ଏକ କମ୍ପାନୀରେ ମେକାନିକାଲ ଇଂଜିନିୟର ଭାବରେ କାମ କରୁଥିଲେ ଖଲିକୋଟ ର ସିମାଞ୍ଚଳ ରାଉତ I ଅଧିକ ରୋଜଗାରର ଆଶା ନେଇ ଯାଇଥିଲେ ବିଦେଶ, ହେଲେ ସେଠାରେ ଜୀବନ ମୃତ୍ୟୁର ଦୋ-ଛକିରେ ଏବେ ହସ୍ପିଟାଲ ଶଯ୍ୟା ରେ ଅଛନ୍ତି I ସାତ ଦରିଆପାରିରେ କୋମାରେ ସ୍ୱାମୀ, ଏପଟେ ଚିନ୍ତାରେ ବେସାହାରା ପରିବାର । ସ୍ୱାମୀଙ୍କୁ ବଞ୍ଚାଇ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ଓ ପୁଅ । ହାଇବ୍ଲଡ଼ ବ୍ଲଡ଼ ପ୍ରେସର ରେ ଆକ୍ରାନ୍ତ ହୋଇ ବ୍ରେନ ଷ୍ଟ୍ରୋକ ସହ କୋମାକୁ ଚାଲି ଯାଇଛନ୍ତି ସୀମାଞ୍ଚଳ I କିନ୍ତୁ ବାହାରିନ ହସ୍ପିଟାଲ ରେ ସିମାଞ୍ଚଳ ଙ୍କ ପାଇଁ ଦେବଦୁତ୍ତ ଙ୍କ ପରି ଠିଆ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଯୁବ ଡାକ୍ତର ଅରୁଣ ପ୍ରହରାଜ,ଆଉ ଏପଟେ ସ୍ତ୍ରୀ-ପିଲାଙ୍କ ଆଖିରୁ ଲୁହ ଶୁଖୁନି । ଘରେ ବାପା-ମାଆ, ପତ୍ନୀ ଓ ୨ ପୁଅ ଅଛନ୍ତି Iପରିବାରର ସେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି I ସେପଟେ ବାହାରିନରେ ଅରକ୍ଷିତକୁ ଦଇବ ସାହା ଭଳି ସୀମାଞ୍ଚଳଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଆଉ ଜଣେ ଓଡିଆ ଡକ୍ଟର ଅରୁଣ କୁମାର ପ୍ରହରାଜ । ହସ୍ପିଟାଲରେ ଦେଖାଶୁଣା କରିବା ସହ ସୀମାଞ୍ଚଳଙ୍କ ସବୁ ଖର୍ଚ୍ଚ ନିଜେ ଉଠାଉଛନ୍ତି । ସଂଯୋଗର କଥା ହେଉଛି, ଅରୁଣଙ୍କ ବାପା ମଧ୍ୟ ସମାନ ରୋଗରେ, ସମାନ ଅବସ୍ଥାରେ ପ୍ରାଣ ହରାଇଥିଲେ । ବାପାଙ୍କୁ ବଞ୍ଚାଇ ପାରିନଥିବା ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅରୁଣ କିନ୍ତୁ ସୀମାଞ୍ଚଳଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ପ୍ରବାସରେ ଜଣେ ଓଡିଆଙ୍କର ଆଉ ଜଣେ ଓଡିଆଙ୍କ ପ୍ରତି ସେବା ଓ ସମର୍ପଣର ଭାବ, ସୀମାଞ୍ଚଳ ଭଲ ହୋଇ ଫେରିବାର ସମ୍ଭାବନା ସୃଷ୍ଟି କରିଛି । କଥାରେ ଅଛି ରଖେ ହରି ତ ମାରେ କିଏ । ଏଇ ଆଶା ନେଇ ଖଲ୍ଲିକୋଟରେ ସୀମାଞ୍ଚଳଙ୍କ ପରିବାର ବାହାରିନରୁ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ସିମାଞ୍ଚଳ ଙ୍କୁ ଫେରେଇ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ନିବେଦନ କରାଯାଇଛି I

Leave A Reply

Your email address will not be published.