ବ୍ରାଜିଲ: ରିଓ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟରରେ ୧୮ ଅପରାଧୀଙ୍କ ମୃତ୍ୟୁ

27

ବ୍ରାଜିଲର ରିଓ ଡି ଜେନେରିଓର ସବୁଠୁ ବଡ ବସ୍ତିରେ ଗ୍ୟାଙ୍ଗ ସଦସ୍ୟଙ୍କୁ ଟାର୍ଗେଟ କରି ପୋଲିସର କାର୍ଯ୍ୟକଳାପରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ନିକଟ ଅତୀତରେ ସହରର ଏହା ହେଉଛି ପୋଲିସର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ, ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ହେଉଛନ୍ତି। ରିଓ ଅଧିକାରୀ କହିଛନ୍ତି ଯେ କମ୍ପ୍ଲେକ୍ସୋ ଡୋ ଆଲେମାଓରେ ଖବର ମୁତାବକ, ଏହି ଏନ୍‌କାଉଣ୍ଟରରେ ୧୬ ଅପରାଧୀଙ୍କ ସହ ଜଣେ ଲ’ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଏବଂ ଜଣେ ମହିଳାଙ୍କର ବି ଜୀବନ ଯାଇଛି।

ତେବେ ମହିଳା ଜଣକ ଏହି ଅଞ୍ଚଳରେ ରହୁଥିଲେ। ଗୁଳି ବାଜିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ସୂଚନାଥାଉ କି, ଗୁରୁବାର ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏହା ଏ ପର୍ଯ୍ୟନ୍ତ ଜାରି ରହିଛି। ଅପରେସନରେ ପାଖାପାଖି ୪୦୦ ପୋଲିସ ଯବାନ ନିୟୋଜିତ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ବ୍ରାଜିଲ ପୋଲିସ ୧୦ ବୁଲେଟ୍‌ପ୍ରୁଫ୍‌ ଗାଡ଼ି ସହ ୪ ହେଲିକାପ୍ଟର ବି ବ୍ୟବହାର କରିଛି।

କହି ରଖୁଛୁ, ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପ୍ରଥମ ଥର ଲୋକଙ୍କ ଜୀବନ ଯାଇନି। ଏହା ପୂର୍ବରୁ ବି ଗତ ମାସରେ ଏଠାରେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସୂଚନା ମୁତାବକ, ରିଓର ଫେଭେଲା ଅଞ୍ଚଳରେ ଯେଉଁଠି ଏନକାଉଣ୍ଟର ଚାଲିଛି, ସେଠି ପାଖାପାଖି ୭୦ ହଜାର ଲୋକ ବାସ କରୁଛନ୍ତି।

Comments are closed, but trackbacks and pingbacks are open.