ସ୍ୱତନ୍ତ୍ର ରାତ୍ରୀଭୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବ୍ରାଜିଲ

275

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଯାଉଛି ବ୍ରିକ୍ସ ସମ୍ମିଳନୀ। ଏହି ସମୟରେ ଖବର ଆସିଛି ଯେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଶିଖର ସମ୍ମିଳନୀ ପାଇଁ ବ୍ରାଜିଲ ଯିବେ ନାହିଁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ତାଙ୍କର ଯିବା ଯୋଜନା ବାତିଲ କରିପାରନ୍ତି। ତଥାପି ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲ ଏକ ସ୍ୱତନ୍ତ୍ର ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଛି। କୁହାଯାଉଛି ଯେ, ଚୀନ୍ ଏଥିରେ କ୍ଷୁବ୍ଧ। ସୂଚନା ଅନୁଯାୟୀ, ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଯୋଗ ନଦେବାକୁ ଯୋଜନା କରୁଛନ୍ତି। ଯଦି ଏହା ହୁଏ, ତେବେ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ସେ ଏହି ବୈଠକରେ ଯୋଗ ଦେବେ ନାହିଁ। ହଂକଂ-ଭିତ୍ତିକ ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ ବୁଧବାର ଏହାର ରିପୋର୍ଟରେ କହିଛି ଯେ, ଏହା ବଦଳରେ ଚୀନ୍ ପ୍ରଧାନମନ୍ତ୍ରୀ ଏବଂ ସିଙ୍କ ବିଶ୍ୱସ୍ତ ଲି କିଙ୍ଗ୍ ସମ୍ମିଳନୀରେ ଯୋଗ ଦେବେ। ରିପୋର୍ଟରେ କୁହାଯାଇଛି ଯେ, ବ୍ରାଜିଲ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ରାଜକୀୟ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ ପଠାଇଛି।

Comments are closed, but trackbacks and pingbacks are open.