ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି ସର୍ଭଣା ବିବେକ ଏମ୍ ହାଇକୋର୍ଟରେ କ୍ଷମା ମାଗିଲେ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍। ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କରିଥିଲେ ହାଇକୋର୍ଟ। ଆସନ୍ତାକାଲି ମାମଲା ଶୁଣାଣୀ ଅଛି।
Comments are closed, but trackbacks and pingbacks are open.