ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା

34

ଚଳଚଞ୍ଚଳ ବ୍ରହ୍ମପୁର ସହର । ବିଳମ୍ବିତ ରାତିରେ ବ୍ରହ୍ମପୁରର ଅଧିଷ୍ଠାତୀ ଦେବୀ ମା’ବୁଢୀ ଠାକୁରାଣୀଙ୍କ ଘଟ ଆସିବ । ଶାଶୂଘରୁ ଆଜି ବାପଘରକୁ ଆସିବେ ମାଆ । ମାଆ ଆଜିଠୁ ପ୍ରାୟ ୩୦ ଦିନ ଯାଏଁ ବାପ ଘରେ ରହିବା ପରେ ପୁଣି ଶାଶୂଘର ଫେରିଯିବାର ପରମ୍ପରା ରହିଛି ।

ମା’ଙ୍କ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାଆ ବାପ ଘରେ ପ୍ରାୟ ଏକ ମାସ ରହିବେ । ଆଜିଠୁ ମା’ବୁଢୀଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଦୁଇ ବର୍ଷରେ ଥରେ ରେଶମ ସହରରେ ମା’ବୁଢୀଠାକୁରାଣୀଙ୍କ ଯାତ୍ରା ହୋଇଥାଏ ।

ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ଏହି ତାରିଖ ଚୁଡାନ୍ତ କରାଯାଇଥାଏ । ତେବେ ଏଥର ଯାତ୍ରା ଏପ୍ରିଲ୍ ୪ରୁ ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ପୂଜକଙ୍କ ପକ୍ଷରପ ଘୋଷଣା କରାଯାଇଛି । ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Comments are closed, but trackbacks and pingbacks are open.