୧୦ ଏପ୍ରିଲ୍ ରୁ ୧୮ ବର୍ଷରୁ ଉର୍ଧ୍ଵ ଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

30

ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ । ଆସନ୍ତା ଏପ୍ରିଲ ୧୦ ଠାରୁ ଯେଉଁମାନେ ୧୮ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ପୂର୍ଣ୍ଣ ହୋଇଥିବ, ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
ଘରୋଇ ଟିକାକେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍ ।

ସୂଚନା ଅନୁଯାୟୀ, ୧୮+ ଗ୍ରୁପକୁ ପ୍ରାଇଭେଟ ଟିକାକରଣ କେନ୍ଦ୍ରଗୁଡ଼ିକୁ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ । ୧୮ ବର୍ଷରୁ ଅଧିକ ବୟସର ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି ଏବଂ ୯ ମାସ ମଧ୍ୟ ପୂରା ହୋଇସାରିଛି । ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ।
ଏପର୍ଯ୍ୟନ୍ତ ଦେଶରେ ସବୁ ୧୫+ ଉଦ୍ଧ୍ୱର୍ ୯୬% ଙ୍କୁ ପ୍ରଥମ ଡୋଜ ନେଇସାରିଛନ୍ତି ୧୫+ ଗ୍ରୁପ୍ ମଧ୍ୟରୁ ପ୍ରାୟ ୮୩% ଉଭୟ ଡୋଜ୍ ନେଇସାରିଛନ୍ତି । ସ୍ୱାସ୍ଥ୍ୟକର୍ମଚାରୀ, ଫ୍ରଣ୍ଟଲାଇନ ୱାର୍କର ଏବଂ ୬୦+ ଗ୍ରୁପର ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ୍ ନେଇସାରିଛନ୍ତି । ୧୨ ରୁ ୧୪ ବର୍ଷ ବୟସ ବର୍ଗର ୪୫% ଲୋକମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି ।
ତେବେ ଅନ୍ୟ ଟିକା କେତେ ଟଙ୍କାରେ ଦିଆଯିବ ଚୂଡ଼ାନ୍ତ ହୋଇନାହିଁ । ତେବେ ଟିକା ଦେବା ପାଇଁ ଘରୋଇ ହସ୍ପିଟାଲ୍ ୧୫୦ ଟଙ୍କା ନେଇପାରନ୍ତି ।

ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି, ରିହାତି ଦରରେ ୬୦୦ ଟଙ୍କାରେ ଘରୋଇ ଟିକାକେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯିବ । ଅନ୍ୟ ଟିକା କେତେ ଟଙ୍କାରେ ଦିଆଯିବ ଚୂଡ଼ାନ୍ତ ହୋଇନାହିଁ । ତେବେ ଟିକା ଦେବା ପାଇଁ ଘରୋଇ ହସ୍ପିଟାଲ୍ ୧୫୦ ଟଙ୍କା ନେଇପାରନ୍ତି ।

Comments are closed, but trackbacks and pingbacks are open.