ବୁଷ୍ଟର ଡୋଜ୍ : ଆଜିଠୁ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ନେବେ ଟିକା

0 14

ଆଜି (ଜାନୁଆରୀ 10) ରୁ ଭାରତରେ କରନା ବିପକ୍ଷରେ ସତର୍କତା ଅବଲମ୍ବନ କରାଯାଇ ଆରମ୍ଭ ହୋଇଛି ପ୍ରିକ୍ସନ ଡୋଜ ବା ବୁଷ୍ଟର ଡୋଜ I ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଅର୍ଥାତ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରର ନାଗରିକଙ୍କୁ ଏହି ଟୀକା ଦିଆଯିବ I କିନ୍ତୁ ଏହି ପ୍ରିକସନ ଡୋଜ୍ ନେବା ପୂର୍ବରୁ ସେମାନେ ଯେଉଁ ୨ୟ ଡୋଜ ଟୀକା ନେଇଥିଲେ ତାର ୩୯ ସପ୍ତାହ ହେଇଥିବା ଦରକାର ଇ ବର୍ତ୍ତମାନ ରାଜ୍ୟରେ ୧୫ରୁ ୧୮ବର୍ଷ ବୟସ୍କଙ୍କର ଏବେ ଟିକାକରଣ ଚାଲିଥିବାରୁ ଦୁଇ ବର୍ଗଙ୍କ ପାଇଁ ପୃଥକ ପୃଥକ ଟିକାଦାନ କେନ୍ଦ୍ର କରାଯାଇଛି ।ଏହି ଟୀକା ପାଇବା ପାଇଁ ଆପଣ କୋ-ୱିନ୍ ଉପରେ ଏକ ସ୍ଲଟ୍ ବୁକ୍ କରିପାରିବେ I

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୬୦ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ପ୍ରିକସନ୍ ଡୋଜ୍ ନେବାକୁ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ କୁ ଯେଉଁଦିନ ୩୯ସପ୍ତାହ ପୁରୁଥିବ ସେହି ଦିନ ଟିକା ନେବା ପାଇଁ ପଞ୍ଜୀକୃତ ନମ୍ବରରେ ମେସେଜ୍ ପଠାଯାଉଛି। ଏହାପରେ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ। ଟିକାକରଣ ଯେତେବେଳେ ଆରମ୍ଭ ହୋଇଥିଲା । ସେତେବେଳେ ବହୁତ କମ୍ ଲୋକ ଟିକା ନେଇଥିବାରୁ ଏବେ ପ୍ରିକସନ୍ ଡୋଜ୍ ପାଇଁ ଭିଡ଼ ହେବନି। ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି।

ତେବେ ୨୦୨୧ ଜାନୁଆରୀ ୧୬ରେ ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯାଇଥିଲା। ପ୍ରଥମ ଡୋଜର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ଅର୍ଥାତ୍ ଅଧିକାଂଶ ସ୍ବାସ୍ଥ୍ୟ କର୍ମୀ ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେଣୁ ବୁଷ୍ଟର ଡୋଜ ଟିକା ନେବାକୁ ପ୍ରାୟ ସମସ୍ତେ ଯୋଗ୍ୟ ବିବେଚିତ ହେବେ। ଦେଶରେ ଏବେ ପ୍ରାୟ ୩ କୋଟି ସ୍ବାସ୍ଥ୍ୟ କର୍ମଚାରୀ ଅଛନ୍ତି। ସେହିପରି ୧୩ କୋଟି ୭୯ ଲକ୍ଷ ୬୦ବର୍ଷରୁ ଅଧିକ ନାଗରିକ ଅଛନ୍ତି।
କିନ୍ତୁ ଯାହା ଜଣ ପଡିଛି ବର୍ତ୍ତମାନ ଆଗକୁ ୫ ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନସଭା ନିର୍ବାଚନରେ ଡ୍ୟୁଟି କରୁଥିବା ​​ସରକାରୀ କର୍ମଚାରୀମାନେ ଏହି ଡୋଜ ନେଇପାରିବେ ଇ

Leave A Reply

Your email address will not be published.