ଆସନ୍ତା ୧୦ରୁ ବରିଷ୍ଠ ନାଗରିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

15

ରାଜ୍ୟରେ କରୋନା ସଂକ୍ରମଣ ର ଅହେତୁକ ବୃଦ୍ଧି ଯୋଗୁଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୧୦ରୁ ବରିଷ୍ଠ ନାଗରିକ ଙ୍କ ସହିତ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ‘କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ତାଙ୍କୁ ସେହି ଟିକା ଦିଆଯିବ । ଓମିକ୍ରନ ଚିହ୍ନଟ ପାଇଁ ନୂଆ କିଟ ଆଇସିଏମଆର ଅନୁମୋଦନ ଦେଇଛି । ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ବର୍ତ୍ତମାନ ସିଭିୟରିଟି ନାହିଁ, ଆଇସିୟୁ ଲୋଡ କମ୍ ଅଛି । ଯଦି ବଢ଼ିବ, ତେବେ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଏହା ସହିତ ସେ ଲୋକମାନେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରଖନ୍ତୁ , କୌଣସି ସ୍ଥାନରେ ଭିଡ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି । ସେହିଭଳି ରାଜ୍ୟରେ ୪ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଥର ସଂକ୍ରମଣ ସର୍ବାଧିକ ରହୁଥିବାବେଳେ ବର୍ତ୍ତମାନ ସୁନ୍ଦରଗଡ , ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ବଢି ଚାଲିଛି । ସୂଚନାନୁସାରେ ଆଜି ରାଜ୍ୟରୁ ୧୮୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରରେ ଆଜି ୯ ଟି ସ୍ଥାନ ସହିତ ମୋଟ ୧୯ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜଣ ଘୋଷଣା କରାଯାଇଛି I

Leave A Reply

Your email address will not be published.