କୋଭିଡ ଯୋଦ୍ଧା ଙ୍କୁ ବୁଷ୍ଟର ଡୋଜ: ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ ରେ ଆଲୋଚନା
ଆଜି ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । କୋଭିଡ ସୁରକ୍ଷା ବ୍ୟବସ୍ଥା ନେଇ ଆଜିର ବୈଠକରେ ଗୁରୁତ୍ତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା I ନିର୍ବାଚନ ସହିତ କୋଭିଡ ସୁରକ୍ଷା ପ୍ରସଙ୍ଗ କୁ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା । ସେ କହିଛନ୍ତି, କୋଭିଡ ସ୍ଥିତି ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ହେଲଥ ୱାର୍କର, ଫ୍ରଣ୍ଟଲାଇନ୍ ୱାର୍କର ଏବଂ ବୁଷ୍ଟର ଡୋଜ୍ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । କୋଭିଡ୍ ସିଚୁଏସନକୁ ଆନାଲିସିସ୍ କରାଯାଇଛି । କରୋନା ସ୍ଥିତିକୁ ନଜରରେ ରଖି ନିର୍ବାଚନ ହେବ କି ନାହିଁ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ଓ ଏସଆରସି ଉପସ୍ଥିତ ଥିଲେ। ସେହିଭଳି କୋଭିଡ଼ କାଳରେ ନିର୍ବାଚନ ହେବାକୁ ନେଇ ସୂଚନାରେ କହିଚ୍ଛନ୍ତି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନର । ଏହି ବୈଠକ ର ନିଷ୍ପତି ଅନୁସାରେ ୧୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ସହ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରି ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।