କିମ୍‍ସରେ ବୋନ୍‍ ଆଣ୍ଡ ଜଏଣ୍ଟ ଦିବସ ସମ୍ପନ୍ନ

1,325

ଭୁବନେଶ୍ୱର: ସମଗ୍ର ଦେଶରେ ଅଗଷ୍ଟ ୧ରୁ ୬ତାରିଖ ପର୍ଯ୍ୟନ୍ତ ବୋନ୍‍ ଆଣ୍ଡ ଜଏଣ୍ଟ ସପ୍ତାହ ପାଳନ ହେଉଥିବା ବେଳେ କିମ୍‍ସରେ ୪ତାରିଖରୁ ଚାଲିଥିବା ବୋନ୍‍ ଆଣ୍ଡ ଜଏଣ୍ଟ ସପ୍ତାହ ରବିବାର ଶେଷ ହୋଇଛି । ଭାରତୀୟ ଅର୍ଥୋପେଡ଼ିକ୍‍ ସଂଘ, ଓଡ଼ିଶା ଅର୍ଥୋପେଡ଼ିକ୍‍ ସଂଘ ଓ କିମ୍‍ସର ମିଳିତ ଆନୁକୂଲ୍ୟରେ ‘ରାସ୍ତା ଦୁର୍ଘଟଣାରେ ଶିକାର ହେଉଥିବା ରୋଗୀଙ୍କୁ ସୁରକ୍ଷା’ ଲକ୍ଷ୍ୟରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ତନ୍ମୟ ମହାନ୍ତି, ଡା. ଅସୀମ ସାମନ୍ତ, ଡା. ସୌରଭ ନାରାୟଣ ନନ୍ଦ ଓ ଡା. ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରାସ୍ତା ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ରୋଗୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଉପରେ କହିଥିଲେ। ସେହିପରି କିମ୍‍ସର ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ଡା. ଦେବାଶିଷ ମିଶ୍ର ରୋଗୀଙ୍କ ପାଇଁ ଦିବସ ବ୍ୟାପୀ ଏକ ପରାମର୍ଶ ଓ ଡେନ୍‍ସିଟି ସ୍କାନ କାର୍ଯ୍ୟକ୍ରମ ଜାରି ରଖିଥିଲେ । ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ୧୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ପୋଲିସ୍‍ କର୍ମଚାରୀ, ଟ୍ରାଫିକ୍‍ ପୋଲିସ୍‍, ପାରାମେଡିକାଲ କର୍ମଚାରୀମାନଙ୍କୁ ଦୁର୍ଘଟଣା ସମୟରେ ଜୀବନ ରକ୍ଷାକାରୀ ତାଲିମ୍‍ ପ୍ରଦାନ କରାଯାଇଥିଲା । 

ସପ୍ତାହ ବ୍ୟାପୀ କିମ୍‍ସ, କ୍ୟାପିଟାଲ୍‍ ହସ୍‍ପିଟାଲ୍‍, ସମ୍‍ ହସ୍‍ପିଟାଲ, ହାଇଟେକ୍‍, ଏସ୍‍ସିବି ମେଡିକାଲ୍‍ କଲେଜ, ପଦ୍ମିନୀ ହସ୍‍ପିଟାଲ୍‍, ଏମ୍‍କେସିଜି, ବାରିପଦା ମେଡିକାଲ୍‍ କଲେଜ, ଏମ୍‍ସିଏଲ୍‍ ହସ୍‍ପିଟାଲ୍‍ ସମେତ ରାଜ୍ୟର ବିଭିନ୍ନ ହସ୍‍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ସଂଘ ପକ୍ଷରୁ ସୁସ୍ଥ ଅସ୍ଥି ଓ ଗଣ୍ଠି, ବୋନ୍‍ ମିନେରାଲ୍‍ ଡେନ୍‍ସିଟି ଶିବିର, ଅଷ୍ଟିଓପୋରୋସିସ୍‍ ଓ ଏହାର କାରଣ, ନିରାକରଣ ଓ ଚିକିତ୍ସା ସହ ଏହା ସଡ଼କ ସୁରକ୍ଷାରୁ ବର୍ତ୍ତିବା ପାଇଁ ନିରପଦ ସାବଧାନତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶା ଅର୍ଥୋପେଡ଼ିକ ସଂଘ ସହଯୋଗରେ ସଂଘର ସଭାପତି ଡା. ସସ୍କର ରାଓ, ସମ୍ପାଦକ ଡା. ବସନ୍ତ ବେହେରା ଓ ପ୍ରଫେସର ଏନ୍‍ ସି ମହାପାତ୍ର, ଡା. ବିଶ୍ୱଜିତ ସାହୁ, ଡା. ମଦନ ସାହୁ, ଡା ଶକ୍ତି ପ୍ରସାଦ ଦାଶ ଓ ଡା. ଦେବବ୍ରତ ପାଢ଼ୀଙ୍କ ଭଳି ବରିଷ୍ଠ ପ୍ରଫେସରଙ୍କ ସହଯୋଗ ଯୋଗୁଁ ସଫଳ ହୋଇପାରିଛି ବୋଲି  ସମ୍ପାଦକ ଡା. ବସନ୍ତ ବେହେରା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.