ଅନୁଗୋଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

10

ସମ୍ବଲପୁର: ଆଜି ସମ୍ବଲପୁର ଓ ଅନୁଗୋଳ କୋର୍ଟକୁ ଇମେଲ୍ ଯୋଗେ ବୋମା ଧମକ ମିଳିବା ପରେ ତୁରନ୍ତ ହାଇଆଲର୍ଟ ଜାରି କରାଯାଇଥିଲା । ଧମକପୂର୍ଣ୍ଣ ମେଲ୍ ଆସିବା ପରେ ଉଭୟ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି| ପୋଲିସ ଏବଂ ସୁରକ୍ଷା ଦଳ ଦ୍ୱାରା ତଲାସୀ ଆରମ୍ଭ ହେବା ସହିତ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ, ମେଟାଲ ଡିଟେକ୍ଟର୍ ସାହାଯ୍ୟରେ ଛାନଭିନ ଆରମ୍ଭ ହୋଇଛି । ଗାଡ଼ି ପାର୍କିଂ ସ୍ଥାନଠାରୁ ଆରମ୍ଭ କରି କୋର୍ଟ ରୁମ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଟିକିନିଖି ଯାଞ୍ଚ କରାଯାଇଛି । ମାତ୍ର କୋର୍ଟ ପରିସରରୁ ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଏସଡିପିଓ ତୋଫାନ ବାଗ୍ କହିଛନ୍ତି । ପୂରା ଘଟଣା ନେଇ ଅନୁଗୋଳ SP ମଧ୍ଯ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ, ଘଟଣା ନେଇ କୌଣସି ଭୟଭୀତ ହେବାର ନାହିଁ । ତଥାପି ଯାଞ୍ଚ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ୨.୩୦ରେ ଅନୁଗୋଳ ଜିଲ୍ଲା ଜଜ୍‌ଙ୍କ ଇ-ମେଲ୍‌କୁ ବୋମା ଧମକ ମେଲ୍‌ ଆସିଥିଲା । ଆଜି ସକାଳ ପ୍ରାୟ ୧୦.୩୦ ପରେ ଜିଲ୍ଲା ଜଜ୍ କୋର୍ଟକୁ ଆସି ଏହା ଜାଣିବାକୁ ପାଇଥିଲେ । ଏନେଇ ସେ ଅନୁଗୋଳ ଏସପି ଓ ହାଇକୋର୍ଟଙ୍କୁ ଜଣାଇଥିଲେ ।

Comments are closed, but trackbacks and pingbacks are open.