ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ: ମଧ୍ୟଭାଗରୁ ଫେରିଲା ମୁମ୍ବାଇ

39

ନୂଆଦିଲ୍ଲୀ: ଏକ ଏୟାର ଇଣ୍ଡିଆର ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯିବାକୁ ଥିଲା, କିନ୍ତୁ ମଧ୍ୟଭାଗରେ ଏହାକୁ ପୁଣି ମୁମ୍ବାଇ ଫେରିବାକୁ ପଡିଛି। ବିମାନକୁ ବୋମା ଧମକ ଯୋଗୁଁ ପାଇଲଟଙ୍କୁ ତାଙ୍କର ଗତିପଥ ବଦଳାଇବାକୁ ପଡ଼ିଛି। ଯେତେବେଳେ ଏୟାର ଇଣ୍ଡିଆର ବୋଇଙ୍ଗ ୩୫୦ ବିମାନ ଆଜେରବାଇଜାନ ଉପରେ ଉଡୁଥିଲା, ବିମାନର କ୍ରୁ ସଦସ୍ୟମାନେ ଏହି ଧମକ ପାଇଥିଲେ। ବିମାନ ମୁମ୍ବାଇକୁ ଫେରିବା ପରେ ବୋମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ତଦନ୍ତରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ। ଏହା କେବଳ ମିଥ୍ୟା ଧମକ ଥିଲା ବୋଲି କୁହାଯାଉଛି। ଏହି ବିମାନରେ ସମୁଦାୟ ୩୦୩ ଯାତ୍ରୀ ଏବଂ ୧୯ ଜଣ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ। ବିମାନଟି ମୁମ୍ବାଇରୁ ରାତି ୨ ଟାରେ ଉଡାଣ ଆରମ୍ଭ କରିଥିଲା ଏବଂ ସକାଳ ୧୦.୨୫ ରେ ଫେରିଆସିଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ଶେଷ କରିବାକୁ ଏଆଇ-୧୧୯ ବିମାନ ପ୍ରାୟ ୧୫ ଘଣ୍ଟା ସମୟ ନେଇଥାଏ। ଏୟାର ଇଣ୍ଡିଆ କହିଛି ଯେ, ବିମାନଟି ଆସନ୍ତାକାଲି ସକାଳ ୫ ଟାରେ ଉଡ଼ାଣ ଆରମ୍ଭ କରିଥିଲେ। ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ, ଯାତ୍ରୀମାନଙ୍କୁ ବିଶ୍ରାମ ସ୍ଥାନ, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।A

Comments are closed, but trackbacks and pingbacks are open.