ବ୍ରେଷ୍ଟ କ୍ୟାନ୍ସର ସହିତ ଲଢ଼ୁଛନ୍ତି ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ,୨୩ ବର୍ଷ ପୂର୍ବରୁ ହୋଇଥିଲା ଭୟଙ୍କର ରାସ୍ତା ଦୁର୍ଘଟଣା

35

ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ ଙ୍କୁ କ୍ୟାନସର I ୧୯୯୭ରେ ‘ପରଦେଶ୍‌’ ଫିଲ୍ମରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ବିପକ୍ଷରେ ପ୍ରଥମ ସିନେମାରେ ଅଭିନୟ କରିଥିଲେ ମହିମା ଚୌଧୁରୀ।

ମହିମା ଙ୍କୁ ବ୍ରେଷ୍ଟ କ୍ୟାନସର ନେଇ ମାତ୍ର ଅଳ୍ପ କେତେ ଜଣ ଲୋକଙ୍କୁ ଜଣାଥିଲା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର। ଅନୁପମ ଖେର ମହିମାଙ୍କ କ୍ୟାନ୍ସର ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଭଲ ଖବର ହେଉଛି ଯେ ମହିମା ବର୍ତ୍ତମାନ କ୍ୟାନସର ରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି I

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୭ ମିନିଟ୍‌ରୁ ଅଧିକ ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ନିଜେ ମହିମା ଅଛନ୍ତି। ଏଥିରେ ସେ କ୍ୟାନସରରେ ପୀଡ଼ିତ ହେବା ନେଇ କେମିତି ଜାଣିଲେ, କେମିତି ତାଙ୍କ ଚିକିତ୍ସା ଚାଲିଲା ଓ କେଉଁମାନେ ତାଙ୍କ ମନୋବଳ ବଢ଼ାଇଥିଲେ, ସେ ସଂପର୍କରେ କହିଛନ୍ତି।

ଏହି ଭିଡିଓରେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଅନୁପମ ତାଙ୍କୁ ମଝିରେ ମଝିରେ କିଛି ପ୍ରଶ୍ନ କରୁଛନ୍ତି। ଆଉ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ମହିମା ତାଙ୍କର ପୂରା କାହାଣୀ କହିଛନ୍ତି। ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ମହିମା ବ୍ରେଷ୍ଟ କ୍ୟାନ୍ସର କିମ୍ବା ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଏହା ସହ ଅନୁପମ, ମହିମାଙ୍କୁ ହିରୋ ବୋଲି ସମ୍ବର୍ଦ୍ଧନା କରିଛନ୍ତି । ମହିମା ନିଜ ଫ୍ୟାନ୍ସ ମାନଙ୍କ ନିକଟରେ ଏହି ଖବର ପହଞ୍ଚାଇବାକୁ ଚାହୁଁଥିବାରୁ ଅନୁପମ ଏହି ପୋଷ୍ଟ କରିଥିବା କହିଛନ୍ତି ।

କ୍ଲିପଟିକୁ ପୋଷ୍ଟ କରି ଅନୁପମ ଲେଖିଛନ୍ତିକି, “ମହିମାଙ୍କ ସାହସ, ଧର୍ଯ୍ୟ ଓ କ୍ୟାନ୍ସରର କାହାଣୀ: ସେ ଏହା ମଧ୍ୟ ଲେଖିଛନ୍ତିକି ମାସକ ତଳେ ସେ ମହିମାଙ୍କ ନିକଟକୁ ୟୁଏସରୁ ଫୋନ କରିଥିଲେ । ତାଙ୍କ ୫୨୫ତମ ଫିଲ୍ମ #TheSignatureରେ ମହିମା ଅଭିନୟ କରନ୍ତୁ ବୋଲି ଅନୁଭବ ଚାହୁଁଥିଲେ । ଏହି ସମୟରେ କଥାବାର୍ତ୍ତାରୁ ମୁଁ ଜାଣିବାକୁ ପାଇଥିଲିକି ମହିମା ଏବେ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଆମ କଥାବାର୍ତ୍ତାରୁ ଏମିତି ଏକ ସତ୍ୟ ପଦାକୁ ଆସିବ ବୋଲି ମୁଁ କେବେ ଭାବିନଥିଲି ବୋଲି ଅନୁଭବ କହିଛନ୍ତି । ମହିମାଙ୍କ ଧର୍ଯ୍ୟ ଓ ସାହସ ବିଶ୍ୱରେ ଲକ୍ଷ ଲକ୍ଷ ସ୍ତ୍ରୀ ଲୋକଙ୍କୁ ସାହସ ଦେବ ବୋଲି ସେ କହିଛନ୍ତି । ମୁଁ ଏନେଇ ସତ ପଦାକୁ ଆଣେ ବୋଲି ମହିମା ଚାହୁଁଥିଲେ । କାରଣ ସବୁବେଳେ ମହିମା ମୋତେ ଜଣେ ସୁବ୍ୟକ୍ତି ଭାବରେ ଦେଖି ଆସୁଥିଲେ I କିନ୍ତୁ ମୁଁ କହିବି, “ମହିମା ତୁମେ ମୋ ହିରୋ !”ସାଙ୍ଗମାନେ ତାଙ୍କୁ ଖୁବ ସାରା ଭଲ ପାଇବା, ଶୁଭେଚ୍ଛା, ଶୁଭକାମନା ଦିଅନ୍ତୁ । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯେମିତିକି ଖୁବ ଶୀଘ୍ର ସେ ତାଙ୍କ ନିଜ ସ୍ଥାନକୁ ଫେରି ଆସନ୍ତୁ । ସେ ଏବେ ଉଡିବାକୁ ପ୍ରସ୍ତୁତ ଅଛନ୍ତି । ସମସ୍ତ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କୁ ଅନୁରୋଧ । ଏବେ ଆପଣ ମାନଙ୍କ ନିକଟରେ ସୁଯୋଗ ରହିଛି ତାଙ୍କ କଳାକୁ ବିକଶିତ କରନ୍ତୁ । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା!! #Cancer #Courage #Hope #Prayersss.”

ଏହାର ଠିକ ୨୩ ବର୍ଷ ପୂର୍ବରୁ ମହିମା ଚୌଧୁରୀ ଏକ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ I ସେତେବେଳେ ଫିଲ୍ମ ‘ଦିଲ କ୍ୟା କରେ’ ର ସୁଟିଂ ସାରି କାଜୋଲ ଏବଂ ଅଜ୍ଞ ଦେବଗନ ଙ୍କ ସହ ଗୋଟିଏ କାର ରେ ଫେରୁଥିଲେ I ଏହି ଭୟଙ୍କର ଦୁର୍ଘଟଣା ପରେ ମହିମାଙ୍କ ମୁହଁ ସାରା କାଚ ଟୁକୁଡା ସବୁ ପଶିଯାଇଥିଲା I ସେତେବେଳେ ସର୍ଜରୀ କରି ତାଙ୍କ ମୁହଁରୁ ପ୍ରାୟ ୬୭ ଖଣ୍ଡ କାଚ ଟୁକୁକୁଦ କଢ଼ା ଯାଇଥିଲା I ସେହି ସମୟରେ ତାଙ୍କ କ୍ୟାରିଅର ଦୃଷ୍ଟିରୁ ଏହି ଘଟଣାକୁ ଚପାଇ ଦିଆଯାଇଥିଲା I
ମହିମା ତାଙ୍କ ସିନେମା କ୍ୟାରିଅରରେ ବହୁ ନାମୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ‘ଦାଗ୍‌- ଦି ଫାୟାର’, ‘ପ୍ୟାର କୋଇ ଖେଲ୍ ନହିଁ’, ‘ଦିୱାନେ’, ‘କୁରୁକ୍ଷେତ୍ର’, ‘ଧଡ଼କନ୍’, ‘ଲଜ୍ଜା’, ‘ବାଗବାନ’, ‘ଜମୀର’, ‘ଓମ୍ ଜୟ ଜଗଦୀଶ’ ଓ ‘ଦିଲ୍ ହେ ତୁମ୍‌ହାରା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ୨୦୧୬ରେ ‘ଡାର୍କ ଚକୋଲେଟ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା।

ମହିମା ୨୦୦୬ ରେ ବବି ମୁଖାର୍ଜୀ ଙ୍କୁ ବିବାହ କରିଥିଲେ I କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା I ୨୦୧୩ ରେ ଉଭୟ ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା I ଏହାପରେ ମହିମା ନିଜ ଝିଅ ସହ ଏକାକୀ ରହୁଥିଲେ I

Comments are closed, but trackbacks and pingbacks are open.