ଭାରତ ପାଇଁ କାନାଡ଼ା ନାଗରିକତା ଛାଡ଼ିବେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

15

ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚାରେ ଅକ୍ଷୟ କୁମାର । କାନାଡ଼ା ନାଗରିକତା ଛାଡ଼ିବେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଭାରତ ତାଙ୍କ ପାଇଁ ସବୁକିଛି । ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ କରି ଦେଖାଇବେ।

ତେବେ ଅକ୍ଷୟ କୁମାରଙ୍କ ପାଖରେ କାନାଡ଼ାର ନାଗରିକତା ଥିଲା।ଏଥିପାଇଁ ସେ ଅନେକ ସମୟରେ ସମାଲୋଚନାର ଶିକାର ମଧ୍ୟ ହେଉଥିଲେ। ଭାରତର ରହି ଆୟ କରି ଅକ୍ଷୟ କାନାଡ଼ାର ବୋଲାଉଛନ୍ତି। ଏଭଳି କହି ବିଦ୍ରୋହ ହେଉଥିଲା। ଏମିତି କି ତାଙ୍କ ଆଗାମୀ ଫିଲ୍ମ ‘ସେଲ୍‌ଫୀ’କୁ ବୟକଟ୍ କରିବାର ମଧ୍ୟ ଭୟ ଥିଲା। ଏଥିପାଇଁ ଅକ୍ଷୟ ଏବେ ପାସ୍‌ପୋର୍ଟ ବଦଳାଇବାକୁ ଆବେଦନ କରିଛନ୍ତି। ଭାରତ ତାଙ୍କ ପାଇଁ ସବୁକିଛି ବୋଲି କହିଛନ୍ତି ଏହି ବଲିଉଡ୍ ଷ୍ଟାର୍।

ସେ କହିଛନ୍ତି “ଭାରତ ମୋ ପାଇଁ ସବୁକୁଛି। ଯାହା ମୁଁ କମେଇଛି ଯାହା ମୁଁ ପାଇଛି ସବୁ ଏଇଠି। ମୁଁ ନିଜକୁ ସୌଭାଗ୍ୟ ମନେ କରେ ଯେ ଭାରତମାତା ପାଇଁ କିଛି କରିବାର ସୁଯୋଗ ପାଇଛି। ହେଲେ ଲୋକେ କିଛି ନ ଜାଣି ମନ୍ତବ୍ୟ ଦେଲେ ସେତେବେଳେ ଦୁଃଖ ଲାଗେ।”

କେଉଁ ପରିସ୍ଥିତିରେ ପଡ଼ି ଅକ୍ଷୟ କାନାଡ଼ା ନାଗରିତା ପାଇଁ ଆବେଦନ କରିଥିଲେ ସେ କଥା ବି କହିଥିଲେ ଅକ୍ଷୟ। ୧୯୯୦ ଦଶକରେ ତାଙ୍କର ୧୫ ଟି ଫିଲ୍ମ ଫ୍ଲପ୍ ହୋଇସାରିଥିଲା। ତାଙ୍କ ଫିଲ୍ମ ଚାଲୁନଥିଲା। ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ ଯୋଗୁ ସେ ଭାରତ ଛାଡ଼ି କାନାଡ଼ା ଚାଲିଯିବାକୁ ସ୍ଥିର କରିଥିଲେ ବୋଲି ଅକ୍ଷୟ କହିଛନ୍ତି। ସେ କହିଛନ୍ତି “ମୁଁ ଭାବିଲି ମୋ ଫିଲ୍ମ କାମ କରୁନାହିଁ। ମୋତେ ଆଉ କିଛି କାମ କରିବାକୁ ପଡ଼ିବ। କାମ ପାଇଁ ମୁଁ ସେଠାକୁ(କାନାଡ଼ା) ଯାଇଥିଲି। କାନାଡ଼ାରେ ରହୁଥିବା ମୋ ସାଙ୍ଗ ମୋତେ ତା ପାଖକୁ ଚାଲିଯିବାକୁ କହିଥିଲେ। ଏହାପରେ ମୁଁ ଆବେଦନ କରିବା ପରେ ମୋତେ କାନାଡ଼ା ନାଗରିକତା ମିଳିଥିଲା।”

ତେବେ କାନାଡ଼ା ନାଗରିକତା ପାଇବା ପୂର୍ବରୁ ତାଙ୍କର ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ବାକିଥିଲା। ସୌଭାଗ୍ୟବଶତଃ ଏହି ଦୁଇଟି ଫିଲ୍ମ ସଫଳ ହେଲା। ଏହାପରେ ସାଙ୍ଗ ମୋତେ କହିଥିଲେ ଭାରତ ଫେରିଯାଇ କାମ କରିବାକୁ। ପୁଣି ଭାରତ ଫେରି କାମ ଆମ୍ଭ କଲି। ମୋତେ ଗୋଟିଏ ପରୋ ଗୋଟିଏ କାମ ମିଳିଲା। ଏହା ଭିତରେ ମୁଁ ଭୁଲିଯାଇଥିଲି ଯେ ମୋର କାନାଡ଼ା ପାସ୍‌ପୋର୍ଟ ଥିଲା ବୋଲି। ମୁଁ କେବେ ଭାବିନଥିଲି ଯେ ମୋତେ ପାସ୍‌ପୋର୍ଟ ବନାଇବା ଦରକାର ବୋଲି। କିନ୍ତୁ ହଁ ମୁଁ ପାସ୍‌ପୋର୍ଟ ବନାଇବାକୁ ଆବେଦନ କରିଛି ବୋଲି ଅକ୍ଷୟ କହିଛନ୍ତି।

Comments are closed, but trackbacks and pingbacks are open.