ଭାରତରେ ସବୁଠୁ ବଡ଼ କ୍ୟାମ୍ପସ୍ ଖୋଲିବ ବୋଇଂ କମ୍ପାନୀ, ବେଙ୍ଗାଲୁରୁରେ ଆର୍‌ଆଣ୍ଡଡିରେ ନିବେଶ କରିବ ୧୬୦୦ କୋଟି

39

ବେଙ୍ଗାଲୁରୁ : ଆମେରିକୀୟ ବିମାନ କମ୍ପାନୀ ବୋଇଂ ଭାରତରେ ରିସର୍ଚ୍ଚ ଓ ଡେଭେଲପ୍‌ମେଣ୍ଟ୍ (ଆର୍‌ଆଣ୍ଡ୍‌ଡି) ପାଇଁ ୧୬୦୦ କୋଟି ଟଙ୍କା ନିବେଶ କରିବ । ଏଥିପାଇଁ କମ୍ପାନୀ ବେଙ୍ଗାଲୁରୁରେ ୪୩ ଏକର ଜମିରେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ୟାମ୍ପସ୍ ସ୍ଥାପନ କରିବ । ଏହା ଆମେରିକା ବାହାରେ ବୋଇଂର ସବୁଠୁ ବଡ଼ ଫାସିଲିଟି ହେବ । ଅସଲରେ ଭାରତ ବୋଲିଂ ପ୍ରଡକ୍ଟର ବଡ଼ ବଜାର ହୋଇଥିବା ବେଳେ ଏବେ ବୋଇଂ ଇଣ୍ଡ୍ରିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର୍‌ରେ ୪ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହା ମଧ୍ୟରୁ ୩ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟର । ଏହାର କ୍ଷମତା ୨୫ ପ୍ରତିଶତ ବୃଦ୍ଧି କରିବା କମ୍ପାନୀର ଯୋଜନା ରହିଛି । ୨୦୨୧ରେ କମ୍ପାନୀ ଭାରତକୁ କ୍ଷେତ୍ରୀୟ (ମେଣ୍ଟେନାନ୍ସ, ରିପାୟର ଏବଂ ଅପରେସନ୍‌) ଏମ୍‌ଆର୍‌ଓ ହବ୍ କରିବା ଉଦ୍ଦେଶ୍ୟରେ ବୋଲିଂ ଇଣ୍ଡିଆ ଡେଭେଲପ୍‌ମେଣ୍ଟ୍ ଆଣ୍ଡ୍ ସଷ୍ଟେନମେଣ୍ଟ୍ (ବର୍ଡସ୍‌) କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହା ଜରିଆରେ ଭାରତରେ ପ୍ରତିରକ୍ଷା ଏବଂ କମର୍ସିଆଲ୍ ଇଞ୍ଜିନିୟରିଂ, ମେଣ୍ଟେନାନ୍ସ, ଟେକ୍ନିକ୍‌, ଏବଂ ମେଣ୍ଟେନାନ୍ସ ସର୍ଭିସ୍‌କୁ ମଜଭୁତ କରାଯାଉଛି । ଏୟାରବସ୍‌ର ଏସିଆ-ପ୍ୟାସିଫିକ୍ ସଭାପତି ଆନନ୍ଦ ଷ୍ଟେନ୍‌ଲିଙ୍କ ଅନୁସାରେ ଭାରତର ଘରୋଇ ବିମାନ ସେବା ବଜାର ଅନ୍ୟ ଦେଶ ତୁଳନାରେ ଦ୍ରୁତ ଭାବେ ବିକାଶ କରୁଥିବା ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ଭିତ୍ତିଭୂମିର ଲଗାତାର ବିକାଶ ଫଳରେ ଡିମାଣ୍ଡ୍ ମଧ୍ୟ ବଢ଼ିବାରେ ଲାଗିଛି । ଭାରତ ଏବଂ ଏସିଆ-ପ୍ୟାସିଫିକ୍ କ୍ଷେତ୍ରରେ ବଡ଼ ବିମାନ ବିକିବା ନିମନ୍ତେ ଏୟାର୍‌ବସ୍ ବିମାନ ସେବା କମ୍ପାନୀଙ୍କ ସହ ସମ୍ପର୍କରେ ରହିଛି ।

Comments are closed, but trackbacks and pingbacks are open.