ବିଏମସି ର ନୂଆ ଗାଇଡ଼ ଲାଇନ :ଏଣିକି ବିବାହ,ବ୍ରତ,ଶୁଦ୍ଧିକ୍ରିୟାରେ ୨୫୦ ଲୋକଙ୍କୁ ଅନୁମତି

20

ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ ଅତିଥିଙ୍କ ସଂଖ୍ୟା ଉପରେ କଟକଣା କୋହଳ କରିଛି ବିଏମସି । ଏଣିକି ଏହି ସବୁ କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗ ଦେଇପାରିବେ। ତେବେ ଏହା ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ।
କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଚଳିତ ମାସ ୪ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୫୦ରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଥିଲା।
ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ୪ ତାରିଖରେ ଜାରି କରିଥିବା ତାଙ୍କର ସେହି ନିର୍ଦ୍ଦେଶନାମାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି।

Leave A Reply

Your email address will not be published.