କୁକୁର ମାଲିକଙ୍କ ପାଇଁ ବିଏମ୍ସି ଆଣିଲା ନୂଆ ନିୟମ

43

ଭୁବନେଶ୍ୱର : ରାଜଧାନୀରେ କୁକୁର ପାଳୁଥିବା ମାଲିକ ମାନେ ହୋଇଯାଆନ୍ତୁ ସାବଧାନ । କୁକୁର ମାଲିକ ମାନଙ୍କ ପାଇଁ ବିଏମ୍ସି ଆଣିଲା ନୂଆ ନିୟମ I ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ I ଏଣିକି ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ କୁକୁରକୁ ମଳତ୍ୟାଗ କରାଇଲେ,ପାଳିତ କୁକୁର କାମୁଡ଼ିଲେ,ବିଏମ୍ସିର ନିୟମ ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ଦେବେ I ସେହିପରି କୁକୁରର ମୃତଦେହକୁ ରାସ୍ତାରେ ଫୋପାଡିଲେ ମଧ୍ୟ କୁକୁର ମାଲିକଙ୍କୁ ୧୦ ହଜାର ଟଙ୍କା ଦଣ୍ଡିତ କରାଯିବ।

ସୂଚନାନୁସାରେ,କୁକୁରକୁ ନେଇ ବାରମ୍ୱାର କିଛି ଦୁର୍ଘଟଣାର ଖବର ସାମ୍ନାକୁ ଅସିବା ପରେ କଠୋର ହୋଇଛି ବିସିଏମ୍‌ସି । ଏଣିକି କୁକୁର ରଖିଥିବା ମାଲିକଙ୍କ ପାଇଁ ବିଏମ୍‌ସି କିଛି ନୂଆ ନିୟମ ଆଣିଛି ।ବିଏମସି କର୍ପୋରେସନ ବୈଠକରେ ଏହି ବାଇ ଲ ପ୍ରଣୟନ କରାଯାଇଛି। ନୂଆ ଡ୍ରାଫ୍ଟ ନିୟମାବଳୀ ଅନୁଯାୟୀ ଏଣିକି ଜଣେ ମାଲିକଙ୍କୁ ଦୁଇଟି କୁକୁର ରଖିବାକୁ ଅନୁମତି ଦିଆଯିବ। ଯଦି ସହର ବାହାରୁ କୌଣସି ପୋଷା କୁକୁର ଅଣାଯାଇଥାଏ ତେବେ ତୁରନ୍ତ ଏହାକୁ ଏକ ସପ୍ତାହ ମଧ୍ୟରେ ପଞ୍ଜୀକୃତ କରାଇବା ଆବଶ୍ୟକ। ସେହିପରି ମାଲିକ ୨ଟିରୁ ଅଧିକ କୁକୁର ରଖିଲେ ୫୦୦ଟଙ୍କା ଦେୟରେ ମାଲିକ ମାନେ ସେମାନଙ୍କ କୁକୁରକୁ ପୁନଃ ପଞ୍ଜୀକୃତ ମଧ୍ୟ କରାଇପାରିବେ । ପଞ୍ଜୀକରଣ ପାଇଁ ଆବେଦନ ସମୟରେ ପ୍ରତିଷେଧକ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିବେ କୁକୁର ମାଲିକ। ସେହିପରି ଏଣେତେଣେ ମୃତ କୁକୁରର ମୃତଦେହ ପକାଇବାକୁ ବାରଣ କରାଯାଇଥିବା ବେଳେ ଶବ ନେବା ପାଇଁ ବିଏମସି ପକ୍ଷରୁ ଏକ ଶବବୁହା ଗାଡି ଯୋଗାଇ ଦିଆଯିବ।

କୁକୁର ବାହାରକୁ ଗଲେ ବେକରେ କୁକୁର ପଟା ସହ ରେଜିଷ୍ଟ୍ରେସନ ପ୍ଲେଟ ବା ନମ୍ବର ଝୁଲାଇବାକୁ ହେବ। କୁକୁର ବୟସ ହୋଇଗଲେ ରାସ୍ତା କଡରେ ଛାଡି ଦେଇପାରିବେ ନାହିଁ। ଖେଳ ପ୍ରଦର୍ଶନ କରିବାକୁ ଥିଲେ ବିଏମସିରେ ଆଗୁଆ ଜଣାଇବାକୁ ହେବ। କୁକୁର ଯଦି ଅନ୍ୟ କୌଣସି ବାହ୍ୟ ଲୋକ କିମ୍ବା ସମ୍ପତ୍ତିକୁ ନଷ୍ଟ କଲେ ମାଲିକଙ୍କୁ ଏଥିପାଇଁ ଜରିମାନା ଦେବାକୁ ହେବ।

Comments are closed, but trackbacks and pingbacks are open.