‘ବିଏଲଓ ଙ୍କର ଆତ୍ମହତ୍ୟା ନୁହେଁ, ହତ୍ୟା’: ଟିଏମସି ଉପରେ ଗୁରୁତର ଅଭିଯୋଗ ଆଣିଲେ ସମ୍ବିତ ପାତ୍ର

209

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆକ୍ରମଣ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ମମତା ବାନାର୍ଜୀ ତୁଷ୍ଟିକରଣ ମାଧ୍ୟମରେ ବଙ୍ଗଳାକୁ ବିଭାଜିତ କରିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଜି ବଙ୍ଗଳାରେ ସବୁଠି ହିଂସା ଘଟୁଛି। ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ, ଯାଦବପୁରରେ ବିଏଲଓ ଅଶୋକ ଦାସ ବାରମ୍ବାର ଧମକ ପାଇବା ପରେ ଆତ୍ମହତ୍ୟା କରିଛନ୍ତି। ବିଜେପି ମୁଖପାତ୍ର ଟିଏମସିର ଅର୍ଥ ମଧ୍ୟ ବୁଝାଇଛନ୍ତି। ୱାର୍ଡ ନମ୍ବର ୧୦୯ ର ଟିଏମସି କର୍ମୀ ଅନନ୍ୟା ବାନାର୍ଜୀ ଏବଂ ରାଜୁ ବିଶ୍ୱାସ ତାଙ୍କୁ ଧମକ ଦେଇଥିଲେ ଯେ “ଯଦି ଜଣେ ବି ଅନୁପ୍ରବେଶକାରୀଙ୍କ ନାମ ହଟାଯାଏ, ତେବେ ତୁମ ସହିତ ତୁମ ପିଲାମାନଙ୍କୁ ଏବଂ ତୁମର ସ୍ତ୍ରୀଙ୍କୁ ଛଡ଼ାଯିବ ନାହିଁ।” ସେ କହିଛନ୍ତି ଯେ, ବାରମ୍ବାର ଧମକ ପାଇବା ପରେ ଅଶୋକ ଦାସ ଆତ୍ମହତ୍ୟା କରିଛନ୍ତି। ସେ (ଅଶୋକ ଦାସଙ୍କ ସ୍ତ୍ରୀ) ଟିଏମସି ବିରୋଧରେ ଏକ ଏଫଆଇଆର ଦାଖଲ କରିଛନ୍ତି। ମମତା ବାନାର୍ଜୀ ‘ବଙ୍ଗଳାକୁ ଖଣ୍ଡ ଖଣ୍ଡ କରିବାକୁ’ ଚେଷ୍ଟା କରୁଛନ୍ତି। ବଙ୍ଗଳାରେ ରକ୍ତପାତ ହେଉଛି। ଏହା ହତ୍ୟା।

Comments are closed, but trackbacks and pingbacks are open.