ପଞ୍ଜଶୀର ରେ ରକ୍ତପାତ:୭୦୦ ତାଲିବାନୀ ନିହତ ୬୦୦ ବନ୍ଦୀ

60

ଗତ ଅଗଷ୍ଟ ୧୫ ତାରିଖ ରେ ବିଦ୍ରୋହୀ ତାଲିବାନୀ ସେନା ଆଫଗାନିସ୍ତାନ ର କ୍ଷମତା ଦଖଲ କଲା I ଆଫଗାନିସ୍ତାନରେ ଏବେ ତାଲିବାନୀ ଙ୍କ ଭୟଙ୍କର ଉତ୍ପାତ ଜାରି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ତାଲିବାନୀ ସେନା ମାନେ ପଞ୍ଜଶୀର ଉପରେ କବଜା କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ପଞ୍ଜଶୀରରେ ତାଲିବାନୀ ମାନଙ୍କ ଶିର ପୀଡା ବଢ଼ିଛି I ସେଠାରେ ମାଟି କାମୁଡିଛି ତାଲିବାନ। ପଞ୍ଜଶିରରେ ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦକୁ କଏଦ କରିବାକୁ ଯାଇ ପାଖାପାଖି ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀ (ନର୍ଦ୍ଦେନ ଆଲିଆନ୍ସ)ଙ୍କ ଦ୍ୱାରା ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା, ଅହମ୍ମଦ ମାସୁଦ ଏକ ଅଡିଓ ଜରିଆରେ ନିଜର ବାର୍ତ୍ତା ପଠାଇଛନ୍ତି । ମାସୁଦ ଏହି ବାର୍ତ୍ତା ଜରିଆରେ କହିଛନ୍ତି, ଆମେ ଏବେ ବି ଆଗରେ ରହିଛୁ । ସବୁକିଛି ଯୋଜନା ମୁତାବିକ ହେଉଛି। ଆମେ ସମଗ୍ର ପ୍ରାନ୍ତକୁ ନିୟନ୍ତ୍ରଣରେ ରଖିଛୁ। ଏ ନେଇ ବିଦ୍ରୋହୀ ଗୋଷ୍ଠୀ ନର୍ଦ୍ଦେନ ଆଲିଆନ୍ସ ସୂଚନା ଦେଇଛି।
ଏହାପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ମରିଯିବୁ ପଛେ ତାଲିବାନୀଙ୍କ ପାଖରେ ଆତ୍ମସମର୍ପଣ କରିବୁ ନାହିଁ। ପଞ୍ଜଶିରରେ ତାଲିବାନର ବିଦ୍ରୋହୀ ଗୋଷ୍ଠୀ ସୋଶାଲ ମିଡିଆର ଏକ ପୋଷ୍ଟ ଅନୁଯାୟୀ ତାଲିବାନ ସୈନ୍ୟମାନେ ବହୁ କ୍ଷତି ସହିବା ପରେ ପଞ୍ଜଶିର ଛାଡି ପଳାଉଛନ୍ତି। ସୂଚନାଯୋଗ୍ୟ, ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ୱ ଅହମ୍ମଦ ମାସୁଦ ଓ କାର୍ୟ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ନେଉଛନ୍ତି । ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ତାଲିବାନର ରାଜୁତି ଥିଲା ବେଳେ ବି ସେମାନେ ପଞ୍ଜଶୀର ଦଖଲ କରିପାରି ନଥିଲେ ।
ତାଲିବାନ ଅଗଷ୍ଟ ୧୫ରେ କାବୁଲକୁ କବଜା କରିବା ପରେ ଦ୍ୱିତୀୟ ଥର ପାଇଁ କାବୁଲରେ ନୂଆ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖିଛି। ନୂଆ ସରକାର ଏବଂ କ୍ୟାବିନେଟ୍ ସଦସ୍ୟଙ୍କ ବିଷୟରେ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.