ରାଜଧାନୀରେ ବ୍ଲାଙ୍କ ଫାୟାରିଂ: ସ୍ତ୍ରୀ ବନ୍ଧୁକରୁ ଗୁଳି ଚଳାଇଥିଲେ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ

26

ଭୁବନେଶ୍ୱର ସିଆରପି ଛକରେ କଂଗ୍ରେସ ଛାତ୍ରନେତା ଙ୍କୁ ବ୍ଲାଙ୍କ ଫାୟରିଂ ଘଟଣାରେ ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କରିଛି ପୁଲିସ। ସବୁଠୁ ବଡ଼ କଥା ହେଲା ନିଜ ସ୍ତ୍ରୀର ବନ୍ଧୁକରେ ଗୁଳି ଚଳାଇ ଥିଲା ଅଭିଯୁକ୍ତ ବିନୟ । ପୋଲିସ୍ କହିବା ଅନୁସାରେ ବିନୟ ଯେଉଁ ବନ୍ଧୁକରୁ ଗୁଳି ଫୁଟାଇଥିଲେ, ତାହ ଥିଲା ତାଙ୍କ ସ୍ତ୍ରୀଙ୍କ ବନ୍ଧୁକ । ବିନୟଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଜାତୀୟ ସ୍ତରର ସ୍ପୋର୍ଟସ୍ ସୁଟର । ସେ ରାଇଫଲ କ୍ଲବର ମେମ୍ବର ବୋଲି ଜଣା ପଡ଼ିଛି । ସେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିଲେ । ପୋଲିସ ଉକ୍ତ ବନ୍ଧୁକ ସହିତ ପାଞ୍ଚ ରାଉଣ୍ଡ ଗୁଳି ଓ ୮୧ଟି ଖାଲି ଖୋକା ଜବତ କରିଛି । ଏହାସହ ଆଗକୁ ବନ୍ଧୁକର ଲାଇସେନ୍ସ ରଦ୍ଧ କରିବାକୁ ପୁଲିସ କମିଶନରଙ୍କୁ ଚିଠି ଲେଖାଯିବ ବୋଲି ଭୁବନେଶ୍ବକ ଡିସିପି କହିଛନ୍ତି।

ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା । ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଦୋକାନ ପାଖକୁ ଆସି ଗଣ୍ଡଗୋଳ କରିଥିଲା । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁଙ୍କ ଏତଲା ପରେ ବିନୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ । ଜେରା ବେଳେ ପୋଲିସ ଆଗରେ ସବୁ କଥା ମାନିଛି ଅଭିଯୁକ୍ତ ବିନୟ । ଏହି ଘଟଣାରେ ବିନୟ ସହ ଆଉ କେଉଁମାନେ ସାମିଲ ଥିଲେ ତାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୁଲିସ ।

Comments are closed, but trackbacks and pingbacks are open.