କଳା ଚା’

25

ଚା’ ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଆମ ଦେଶରେ ତ ଚା’ରୁ ହିଁ ଦିନ ଆରମ୍ଭ ହୁଏ ଅନେକ ଲୋକଙ୍କର । କିଛି ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ କଫି ପିଇବାକୁ ପସନ୍ଦ କରନ୍ତି । ବିଦେଶରେ ମଧ୍ୟ ଗ୍ରୀନ୍‌-ଟି ଓ ବ୍ଲାକ୍ ଟି ପିଇବାକୁ ବହୁତ ପସନ୍ଦ କରନ୍ତି ଲୋକମାନେ । ଚା’ ପିଉଥିବା ଲୋକଙ୍କୁ ନେଇ ଏବେ ଏକ ଅଧ୍ୟୟନ କରାଯାଇଥିଲା ଯେଉଁଥିରେ ଆଶ୍ଚର୍ଯ୍ୟ ହେବାପରି ତଥ୍ୟ ସାମ୍‌ନାକୁ ଆସିଛି । ଏଥିରେ ଜଣାପଡିଛି ଯେ ଯେଉଁ ଲୋକମାନେ ଦିନରେ ଥରେ ବା ଦୁଇ ଥରରୁ ଅଧିକ ଚା’ ପିଅନ୍ତି ବିଶେଷ କରି କଳା ଚା’ ସେମାନଙ୍କର ମୃତ୍ୟୁର ବିପଦ ମଧ୍ୟ କମ୍ ହୋଇଯାଏ । ଚା’ର ସେବନ କରୁଥିବା ଲୋକମାନଙ୍କର ମୃତ୍ୟୁ ଦର ୯-୧୩ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯାଏ । ଏହି ଅଧ୍ୟୟନ ହୋଇଥିଲା କଳା ଚା’ ଉପରେ । ଅଧିକ ଚା’ର ସେବନ କରିବା ଯୋଗୁ ହୃଦୟ ରୋଗ ଦ୍ୱାରା ବ୍ୟକ୍ତିର ମୃତ୍ୟୁ ହୁଏ ନାହିଁ । ପୂରା ଦୁନିଆରେ ଚା’ର ସେବନ ଅଧିକ ମାତ୍ରାରେ କରାଯାଉଥିବାରୁ ଅଧ୍ୟୟନର ସତ୍ୟତାର ପରିଣାମ ସେହି ସ୍ଥାନଗୁଡ଼ିକରୁ ବାହାରିବା କଷ୍ଟକର ହୋଇପଡ଼େ ବିଶେଷ କରି ଯେଉଁ ସ୍ଥାନଗୁଡ଼ିକରେ ଅଧିକରୁ ଅଧିକ ଲୋକ କଳା ଚା’ର ସେବନ କରନ୍ତି । ଏହି ଅଧ୍ୟୟନରେ ୮୯ ପ୍ରତିଶତ କଳା ଚା’ ପିଉଥିବା ୪୦-୬୯ ବର୍ଷ ବୟସର ପାଖାପାଖି ପାଞ୍ଚ ଲକ୍ଷ ପୁରୁଷ ଓ ମହିଳା ଭାଗ ନେଇଥିଲେ । ଅଧ୍ୟୟନ ସମୟରେ ଏହି ଲୋକମାନଙ୍କ ପାଇଁ ୨୦୦୬-୧୦ ପର୍ଯ୍ୟନ୍ତ ପ୍ରଶ୍ନାବଳୀ ପୂରଣ କରିବାକୁ ଦିଆଯାଇଥିଲା ଯାହାକୁ ଏବେ ବି ପାଳନ କରାଯାଉଛି । ଏହି ଲୋକମାନଙ୍କର ସ୍ୱାସ୍ଥ୍ୟ, ମୃତ୍ୟୁ ପରି ତଥ୍ୟ ବିଷୟରେ ୟୁକେର ଜାତୀୟ ସ୍ୱାସ୍ଥ୍ୟ ସେବାର ଡାଟାବେସ୍‌ରୁ ଲଗାଯାଇଥିଲା । ତେବେ ଆପଣଙ୍କର ମେଟାବୋଲିଜ୍‌ମ କିପରି ହେଉ ପଛେ ଦିନସାରା ଅଧିକ ଚା’ ପିଇବା ଦ୍ୱାରା ମୃତ୍ୟୁଦର ହ୍ରାସ ପାଏ । ତେଣୁ ଚା’କୁ ଆମର ସ୍ୱାସ୍ଥ୍ୟକାରୀ ଡାଏଟ୍ ମଧ୍ୟରେ ସାମିଲ କରାଯାଇ ପାରିବ ।

Comments are closed, but trackbacks and pingbacks are open.