ବିରି ଚାଷ

31

ବିରି ଚାଷ ପ୍ରଥମେ ଭାରତରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ । ଆମ ଦେଶରେ ପୁରାତନ ଶାସ୍ତ୍ରମାନଙ୍କରେ ଏହାର ବର୍ଣ୍ଣନା ରହିଛି । ଆମ ରାଜ୍ୟରେ ପ୍ରାୟ ୬ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ବିରି ଚାଷ କରାଯାଏ ।
ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ପରି ଏଥିରେ ଯଥେଷ୍ଟ ପରିମାଣରେ ପୁଷ୍ଟିସାର ରହିଛି । ଏଥିରେ ଶତକଡ଼ା ୨୪ ଭାଗ ପୁଷ୍ଟିସାର, ୫୯.୬ ଭାଗ ଶ୍ୱେତସାର, ୧.୪ ଭାଗ ସ୍ନେହସାହର ଓ ୩.୨ ଭାଗ ଖଣିଜ ଲବଣ ରହିଛି । ବିରିରେ ଯଥେଷ୍ଟ ପରିମାଣର ଲୌହ, ଫସଫରସ ଏବଂ କାଲସିୟମ ରହିଥିବା କଥା ଜଣାଯାଏ । ବିରିକୁ ବିଭିନ୍ନ ଭାବରେ ଖିଅ ଯାଇଥାଏ । ବିରିରୁ ବରା, ଇଡଲି, ପିଠା, ପାମ୍ପଡ଼, ବଡ଼ି ଇତ୍ୟାଦି ପ୍ରସ୍ତୁତ କରାଯାଷ । କେତେକ ଲୋକ ବିରି ଡାଲି ଖାଇବାକୁ ଭଲ ପାଆନ୍ତି ।
ମଟାଳା ମାଟିରେ ବିରି ଭଲ ହୋଇଥାଏ । ତେବେ ଏହା ଅନ୍ୟାନ୍ୟ ମାଟିରେ ମଧ୍ୟ ଚାଷ କରାଯାଇ ପାରିବ । ଲୁଣି ବା କ୍ଷାରୀ ଜମିରେ ଏହା ଚାଷ କରିବା ଉଚିତ ନୁହେଁ । ଜମି ନିଗିଡ଼ା ହୋଇଥିବା ଦରକାର ।
ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୮୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାହ ଚାଷ କରାଯାଇପାରିବ । ବିରି ଗଛ ବଢ଼ିବା ପାଇଁ ଉର୍ଷ୍ଣ ଆର୍ଦ୍ର ଜଳବାୟୁ ଭଲ । ଅଧିକ ଶୀତ ପଡ଼ୁଥିବା ସ୍ଥାନରେ ଏହା ଚାଷ କରାଯାଇପାରେ ନାହିଁ । ଆମ ରାଜ୍ୟରେ ଏହା ଉଭୟ ବର୍ଷା ଓ ଶୀତଦିନେ ଚାଷ କରାଯାଏ । ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଖରିଫ ଋତୁରେ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୀତ ଋତୁରେ ଚାଷ କରାଯାଏ । ଖରିଫ ଋତୁ ପାଇଁ ଜୁନ୍ ମାସ ଓ ଶୀତଋତୁ ପାଇଁ ସେପ୍ଟେମ୍ବର-ଅକ୍ଟୋବର ମାସରେ ବିହନ ବୁଣାଯାଇଥାଏ ।
ବିରି ଫସଲର ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – ଶାରଳା, ଟି-୯, ପନ୍ଥୟୁ-୨୬, ସିଓ-୧, କେୟୁ-୩୦୧, ପିଡିୟୁ-୧, ପ୍ରଗତି, କେ-୧୦, ମହୁରୀ, ଉଜାଲା, ପ୍ରସାଦ, ପିଡିଏମ୍‌-୭୧-୨ ଇତ୍ୟାଦି । ଏସବୁ କିସମ ୭୫-୮୦ ଦିନ ମଧ୍ୟରେ ଅମଳ ହୋଇଥାଏ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୮-୧୦ କି.ଗ୍ର।।. ବିହନ ଆବଶ୍ୟକ । ବିହନକୁ କିଲେଗ୍ରାମ ପିଛାହ ୩ ଗ୍ରାମ ଥିରାହମ କିମ୍ବା ଦେଢ଼ଗ୍ରାମ ବାଭିଷ୍ଟିନ୍ ସହ ମିଶାଇ ବିଶୋଧନ କରିଦେବା ଉଚିତ । ବୁଣିବା ପୂର୍ବରୁ ଜୀବାଣୀ କଲଚର ସହିତ ଗୋଳାଇ ଦେଲେ ଅଧିକ ଯବକ୍ଷାର ବିବନ୍ଧନ ହୋଇଥାଏ ।
ବିରି ବୁଣିବା ପୂର୍ବରୁ ଜମିକୁ ଭଲ ଭାବେ ଚାଷ କରି ମାଟି ଗୁଣ୍ଡ କରିଦେବାହ ଉଚିତ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ପ୍ରାୟ ୨୦-୨୫ କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଧାଡ଼ିକୁ ଧାଡ଼ି ୨୫-୩୦ ସେଣ୍ଟିମିଟର ଓ ଗଛକୁ ଗଚ ୧୦-୧୫ ସେଣ୍ଟିମିଟର ଦୂରତାରେ ବିହନ ବୁଣିବା ଆବଶ୍ୟକ । କେହି କେହି ବିରିକୁ ଛଟା ବୁଣା କରିଦିଅନ୍ତି । ମାଟି ଭିତରେ ୫-୬ ସେଣ୍ଟିମିଟର ଗଭୀରରେ ବିହନ ପଡ଼ିବା ଉଚିତ ।
ଏକ କ୍ୱିଣ୍ଟାଲ ବିରି ଅମଳ ହେବା ପାଇଁ ପ୍ରାୟ ୭.୮୩ କି.ଗ୍ରା. ଯବକ୍ଷାର, ୧.୪୩ କି.ଗ୍ରା. ଫସଫରସ ଓ ୬.୭ କି.ଗ୍ରା.ହ ପଟାସ ସାର ଦରକାର ହୋଇଥାଏ । କିନ୍ତୁ ଏହି ଫସଲର ଚେରରେ ଥିବା ଭାତୁଡ଼ି ଦ୍ୱାରା ବାୟୁମଣ୍ଡଳରୁ ଯବକ୍ଷାର ସାର ଗଛକୁ ମିଳିଥାଏ । ବିହନ ବୁଣିବା ବେଳୋ ଏକର ପ୍ରତି ୮ କି.ଗ୍ରା. ଯବକ୍ଷାର, ୧୬ କି.ଗ୍ରା. ଫସଫରସ ଓ ୮ କି.ଗ୍ରା. ପଟାସ ପ୍ରୟୋଗ କରିବାକୁ ପଡ଼ିବ । ଏଥିପାଇଁ ଏକର ପିଛା ୩୫ କି.ଗ୍ରା. ଡିଏପି, ୧୩ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ଓ ୪ କି.ଗ୍ରା. ୟୁରିଆ ସାର ଦରକାର ହେବ । ଏହା ବଦଳରେ ଏକର ପ୍ରତି ୧୭ କି.ଗ୍ରା. ୟୁରିଆ, ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଓ ୧୩ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରିବାକୁ ପଡ଼ିବ । ନଚେତ୍ ଏକର ପ୍ରତି ୨୯ କି.ଗ୍ରଆ. ଗ୍ରୋମୋର (୨୮-୨୮-୦), ୫୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଓ ୧୩ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରାଯାଇପାରେ । ବଜାରରେ ିଳୁଥିବାହ ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇ ପାରିବ ।
ବିରି ଫସଲରେ ଘାସ ଦମନ ଉପରେ କେହି ଗୁରୁତ୍ୱ ଦିଅନ୍ତି ନାହିଁ । କିନତୁ ଏହା ଦ୍ୱାରା ଫସଲ ଅମଳ କମିଯାଇଥାଏ । ବୁଣିବାହର ତିନି ସପ୍ତାହ ମଧ୍ୟରେ ଘାସ ବାଛିଦେବା ଦରକାର । ରାସାୟନିକ ଉପାୟରେ ମଧ୍ୟ ଘାସ ଦମନ କରାହଯାହଇପାହରିବ । ଏଥିପାଇଁ ବିହନ ବୁଣିବା ପରଦିନ ଏକର ପିଛା ୧ ଲିଟର ଷ୍ଟମ୍ପ ବା ୮୦୦ ମିଲିଲିଟର ଲାସୋ ବା ୬୦୦ ମିଲିଲିଟର ଡୁଆଲ ଔଷଧକୁହ ୪୦୦ ଲିଟର ପାଣି ସହ ମିଶାଇ ମାଟିରେ ସ୍ପ୍ରେ କରିବାକୁ ପଡ଼ିବ । ଔଷଧ ପ୍ରୟୋଗ ବେଳେ ମାଟିରେ ବତର ଥିବା ଆବଶ୍ୟକ । ସୁବିଧା ଥିଲେ ଶୀତଦିନେ ବିରି ଫସଲରେ ୨-୩ ଥର ମାଣି ମଡ଼ାଇବା ଦରକାର । ଏହି ଫସଲ ହାରାହାରି ୨୦ ସେଣ୍ଟିମିଟର ଜଳ ଆବଶ୍ୟକ କରିଥାଏ ।
ବିରି ଫସଲରେ ସାହେବୀ ରୋଗ ହୋଇଥାଏ । ଏହି ରୋଗ ହେଲେଶ ପତ୍ର ହଳଦିଆ ପଡ଼ିଯାଏ । ଫଳରେ ଅମଳ ହ୍ରାସ ପାଇଥାଏ । ଏହା ଧଳାମାଛି ଦ୍ୱାରା ବ୍ୟାପୁଥିବା ଏକ ଭୂତାଣୁଜନିତ ରୋଗ । ଏହି ରୋଗ ଦେଖାଗଲେ ଏକର ପିଛାହ ୪୦୦ ମିଲି କ୍ଲୋରୋପାରିଫସ୍ ବା ମାଲାଥିଅନକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ । ବେଳେବେଳେ ବିରି ଫସଲରେ ଝାଉଁଳା ରୋଗ ଦେଖାଯାଏ । ଏହି ରୋଗ ହେଲେଶ ଗଛ ଗୁଡ଼ିକ ଭଲ ବଢ଼ିପାରେ ନାହିଁ । ଆକ୍ରାନ୍ତ ଗଛ ଝାଉଁଳି ପଡ଼େ । ମଞ୍ଜି ଛୋଟ ଓ ହାଲୁକା ହୁଏ । ଅମଳ ବହୁ ଭାବରେ କମିଯାଏ । ଏହି ରୋଗ ଦମନ କରିବା ପାଇଁ ୨୦୦ ଗ୍ରାମ ବାଭିଷ୍ଟିନ୍ ବା ୨୦୦ ମିଲିଲିଟର କାଲିକ୍ୱିନକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ ।
ଏହି ଫସଲରେ ଜଉ ପୋକ ଲାଗିଲେ ଗଛରୁ ରସ ଶୋଷି ଖାଇଦିଅନ୍ତି । ଫଳାରେ ଗଛ ଭଲ ବଢ଼ିପାରେ ନାହିଁ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ଡାଇମିଥଏଟ୍ ବା ମିଥାଇଲ ଡିମେଟନ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ ।
ବେଳେବେଳେ ଏହି ଫସଲରେ କର୍ତ୍ତକକୀଟ ଲାଗିଥାନ୍ତି । ଏମାନେ ପତ୍ରର ସବୁଜ ଅଂଶ କୋରି ଖାଇଦିଅନ୍ତି । ପରେ ଗଛକୁ କାଟି ଦିଅନ୍ତି । ଏମାନେ ଦିନବେଳା ଲୁଚି ରହନ୍ତି । ରାତିରେ ସକ୍ରିୟ ହୁଅନ୍ତି । ଏହାକୁ ଦମନ କରିବା ପାଇଁ ଏକର ପିଛା ୪୦୦ ମିଲିଲିଟର କୁଇନାଲଫସ୍ ବା କ୍ଲୋରୋପାରିଫସ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ ।
ଛୁଇଁ ଗୁଡ଼ିକ କଳା ହୋଇଗଲେ ବିରି ଅମଳ କରାଯାଇଥାଏ । ଅମଳ କରିବାରେ ବିଳମ୍ବ ହେଲେ ଛୁଇଁ ଫାଟି ମଞ୍ଜି ମାଟିରେ ପଡ଼େ । ଏକ ଏକର ଜମିରୁ ପ୍ରାୟ ୪-୬ କ୍ୱିଣ୍ଟାଲ ବିରି ମିଳିପାରିବ

Comments are closed, but trackbacks and pingbacks are open.