ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବର୍ତ୍ତମାନ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଲାଣି। ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଠିକ କରିସାରିଥିବା କେବଳ ଘୋଷଣା ବାକି ରହିଛି। ହେଲେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ। ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଘୋଷଣା କରିବେ ବୋଲି ଜଣାପଡିଛି।ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ମିନି ଷ୍ଟାଡିୟମରେ ଏକ ବଡ ସଭା କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1100 କୋଟି ଟଙ୍କାର 957 ଟି ପ୍ରକଳ୍ପର ଉଦଘାଟନ ତଥା ଭତ୍ତିପ୍ରସ୍ତର ସ୍ଥାପନ କରିବେ।
Comments are closed, but trackbacks and pingbacks are open.